Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାମରେ ଆସୁନି ଷ୍ଟାଣ୍ଡପୋଷ୍ଟ, ଦୁର୍ଗମବାସୀଙ୍କୁ ବସୁଧା ଧୋକା

Odisha

କାମରେ ଆସୁନି ଷ୍ଟାଣ୍ଡପୋଷ୍ଟ, ଦୁର୍ଗମବାସୀଙ୍କୁ ବସୁଧା ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାମରେ ଆସୁନି ଷ୍ଟାଣ୍ଡପୋଷ୍ଟ,  ଦୁର୍ଗମବାସୀଙ୍କୁ ବସୁଧା ଧୋକା

ଅର୍ଗସ ବ୍ୟୁରୋ:  ପ୍ରକଳ୍ପ ଅଛି, ପାଣି ମିଳୁନି । ଷ୍ଟାଣ୍ଡପୋଷ୍ଟ ଲାଗିଛି ହେଲେ ବାହାରୁନି ପାଣି। ବସୁଧା ଆସିଲା ହେଲେ ମେଣ୍ଟିଲା ନାହିଁ ଶୋଷ । ପାଣି ପାଇଁ ଲୋକେ ଡହଳ ବିକଳ । କୋରାପୁଟ ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଜାଗୁଗୁଡା ପଞ୍ଚାୟତ। ଆଦିବାସୀ ଅଧୁସିତ ଏହି ପଞ୍ଚାୟରେ ଜଳକଷ୍ଟ ଉତ୍କଟତର। 
2019-2020 ମସିହାରେ ଗାଁରେ  ବସୁଧା ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା।  ପଚାଶ ଲକ୍ଷ୍ୟ ଟଙ୍କା ବ୍ୟୟରେ ତିରିଶ ହଜାର ଲିଟର ପାଣି ଟାଙ୍କି ବସାଗଲା। ଉଦ୍ଦେଶ୍ୟ ଥିଲା ଘର ଘରକୁ ପାଇପ୍ ଯୋଗେ ପାଣି ଯିବ ଲୋକେ ଉପକୃତ ହେବେ କିନ୍ତୁ ବାସ୍ତବରେ ଚିତ୍ର ଓଲଟା। ଏବେ ଏଇ ଟାଙ୍କି ଗାଁ ଲୋକଙ୍କୁ ଯେପରି ଉପହାସ କରୁଛି।
ଜଳ ଯୋଗାଣ ପାଇଁ ଗାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚପାଞ୍ଚଟି ବରୱେଲ ଖୋଳା ହେଲା ମାତ୍ର ଗୋଟିଏବି ବୋରୱେଲରୁ ମିଳିଲାନି ପାଣି l ନିମ୍ନମାନର କାମ ପାଇଁ ବୋରୱେଲ କାମ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଗାଁରେ ଜଳ ଯୋଗାଣ ପାଇଁ  ତିନଟି ନପକୂପ ଅଛି ସତ। ମାତ୍ର ସେଥିରୁ ଦୁଇଟି ନଳକୂପ ଖରାପ ହୋଇଯାଇଛି । ଫଳରେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୧୫୦ରୁ ଅଧିକ ପରିବାର। ଏହି ପାଇଁ ପାଇଁ ପ୍ରତିଦିନ ସଂଗ୍ରାମ କରିବାକୁ ପଡୁଛି। ଏନେଇ ଆମେ ବନ୍ଧୁ ଗାଁ ବିଡ଼ିଓ ଅଭିନାଶ ବିଶ୍ୱଜୀତ ସେଠି ଙ୍କୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ  । କିନ୍ତୁ ପ୍ରଶ୍ନ ଉଠୁଛି ବସୁଧା ଯୋଜନା ପ୍ରକଳ୍ପ ପାଇଁ ପାଞ୍ଚ ପାଞ୍ଚଟି ବୋରୱେଲ  ଓ ପଚାଶ ଲକ୍ଷ୍ୟ ଟଙ୍କା କାହା ସ୍ବାର୍ଥରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stand Posts not working, Vasudha scams remote residents | Argus News