Videos
|
Odisha

ବିଶିଷ୍ଟ ସାମ୍ବାଦିକ ସୋମେନ୍ଦ୍ର ଜେନାଙ୍କ ମାଆଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Smruti Parija
Browse all articles by Smruti Parija
·2 years ago·1 min read
ବିଶିଷ୍ଟ ସାମ୍ବାଦିକ ସୋମେନ୍ଦ୍ର ଜେନାଙ୍କ ମାଆଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ସାମ୍ବାଦିକ, ସ୍ତମ୍ଭକାର, ଭାରତୀୟ ସାହିତ୍ୟ କେନ୍ଦ୍ର ପ୍ରକାଶକ ସଂସ୍ଥାର ସମ୍ପାଦକ ଶ୍ରୀ ସୋମେନ୍ଦ୍ର ଜେନାଙ୍କ ମାତା ଉତମା ସୁନ୍ଦରୀ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ୮୬ ବର୍ଷୀୟା ସ୍ୱର୍ଗତ ଜେନା ଗତକାଲି ବରମୁଣ୍ଡା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । 

ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର: ବିଜେପି

ସ୍ୱର୍ଗତଃ ଜେନା ଧର୍ମପରାୟଣ, ସମାଜସେବା ଓ ରାଷ୍ଟ୍ରବାଦୀ ଚିନ୍ତାଧାରାରେ କାର୍ଯ୍ୟ କରିବା ସହ ପୁତ୍ର ସୋମେନ୍ଦ୍ରଙ୍କୁ ରାଷ୍ଟ୍ରବାଦରେ ଯିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସ୍ୱର୍ଗତଃ  ଜେନାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି । 

ସ୍ୱର୍ଗତଃ  ଜେନାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
State BJP mourns-on death of prominent journalist Somendra Jena's mother | Argus News