Videos
|
Odisha

ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ଘୋଷଣା

Key Points

ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ଘୋଷଣା
ଆଜି ନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ
ଏକାଧିକ ପ୍ରାର୍ଥିପତ୍ର ଦାଖଲ ହେଲେ ଆସନ୍ତାକାଲି ହେବ ଭୋଟିଂ
ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ

ଆସନ୍ତାକାଲି ରାଜ୍ୟ ବିଜେପି ସଭାପତିଙ୍କ ନାମ ଘୋଷଣା । ଆଜି ନାମାଙ୍କର ଦାଖଲ ପ୍ରକ୍ରିୟା । ଏକାଧିକ ପ୍ରାର୍ଥିପତ୍ର ଦାଖଲ ହେଲେ ଆସନ୍ତାକାଲି ହେବ ଭୋଟିଂ ପ୍ରକାଶ ପାଇବ ଫଳାଫଳ । ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ । ପୂର୍ବାହ୍ନ ୧୧ଟା ୩୦ରୁ ଭୋଟ୍ ଗଣତି କରାଯାଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ।


ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ । ଏକାଧିକ ପ୍ରାର୍ଥୀ ନାମାଙ୍କନ କଲେ ଭୋଟିଂ ହେବ । ଯଦି ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସର୍ବସମ୍ମତି କ୍ରମେ ତାଙ୍କ ନାମ ଘୋଷଣା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
state-bjp-president-to-be-announced-tomorrow | Argus News