ରାଜ୍ୟ କ୍ୟାବିନେଟରେ ୪ ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ
·1 year ago·1 min read

Key Points
ରାଜ୍ୟ କ୍ୟାବିନେଟରେ ୪ ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ
ଜଳ ସମ୍ପଦ, MSME, ଅର୍ଥ ବିଭାଗର ଗୋଟିଏ ପ୍ରସ୍ତାଵକୁ ମଞ୍ଜୁରୀ
ଆଇନ ବିଭାଗର ୨ଟି ପ୍ରସ୍ତାଵକୁ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ବୈଠକରେ ମୋଟ ୪ଟି ବିଭାଗର ୫ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଜଳସମ୍ପଦ ବିଭାଗର ୧ଟି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା MSME ବିଭାଗର ୧ ଟି, ଆଇନ ବିଭାଗର ୨ଟି ଏବଂ ଅର୍ଥ ବିଭାଗର ୧ଟି ପ୍ରସ୍ତାଵ ଗୃହୀତ ହୋଇଥିଲା। ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ରେ ସଂଶୋଧନ।
ଓଡ଼ିଶା ଲ' ଅଫିସର୍ସ ନିୟମାବଳୀ ୧୯୭୧ରେ ସଂଶୋଧନ। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ହେଲା ସଂଶୋଧନ। ସେହିପରି ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଖର୍ଚ୍ଚହେବ ୨ ହଜାର ୭୩୮ କୋଟି ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: