|
logo
Live

Argus News - ଅପରାହ୍‌ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ, ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର

Odisha

ଅପରାହ୍‌ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ, ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଅପରାହ୍‌ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ, ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର

Key Points

ଅପରାହ୍‌ଣରେ ରାଜ୍ୟ କ୍ୟାବିନେଟ ବୈଠକ

ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ଵର: ଆଜି ଅପରାହ୍‌ଣରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ।


କ୍ୟାବିନେଟ୍ ପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ବସିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌କୁ ଅନୁମୋଦନ ମିଳିପାରେ । ଆସନ୍ତା ୧୩ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ଜାନୁଆରୀ ୧୦ରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ରାଜ୍ୟ କ୍ୟାବିନେଟ୍ । ଆସନ୍ତା ୧୩ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର୍ ରହିଛି ।

Sponsored
ଅପରାହ୍‌ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ, ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର | Argus News