Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

Smruti Parija
Browse all articles by Smruti Parija
·1 year ago·2 min read
ସରିଲା ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । 2 ପ୍ରସ୍ତାବରେ ବାଜିଲା ମୋହର । ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, 1989 ରେ ସଂଶୋଧନ ପ୍ରସ୍ତାବକୁ ଓଡିଶା ରାଜ୍ୟ କ୍ୟାବିନେଟର ଅନୁମୋଦନ । ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ବାୟତ୍ତତା ସହିତ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତ୍ଵ ବଜାୟ ରଖିବା ଏବଂ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲମାନଙ୍କୁ ଜଡିତ କରିବା । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଜାତୀୟ ଶିକ୍ଷାନୀତି, 2020 ର ପରିବର୍ତ୍ତନଶୀଳ ଦିଗଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି ।

କ୍ୟାବିନେଟ୍ ଶିଳ୍ପ ନିତୀ 2015 ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି କ୍ୟାବିନେଟ । ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ବିଷୟରେ ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହୁଏ । COVID-19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ, ଶିଳ୍ପ ନିତୀ 2015 ଅଧୀନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି । ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।  30.06.2023 ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଅବେଦନକାରୀ ଭାବେ ପୂନଃ ବିଚାର କରାଯିବ । 

ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି 2016ରେ 13.11.2018 ରେ ଏକ ସଂଶୋଧନ କରାଯାଇଥିଲା ଯେଉଁଥିରେ ଦ୍ରବଣ ନିଷ୍କାସନ ଏବଂ ରିଫାଇନ ତୈଳ ପ୍ରସ୍ତୁତୀ ଏବଂ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକାରାତ୍ମକ ତାଲିକାରୁ ହଟାଯାଇଥିଲା ଏବଂ ଏହି ନୀତି ଅନୁଯାୟୀ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହୋଇଥିଲେ । କିନ୍ତୁ 18.08.2020 ରେ IPR 2015 ରେ ସମାନ ବ୍ୟବସ୍ଥା କରାଯାଇଥିଲା । IPR ଏବଂ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଅନୁମୋଦନ କରିଛନ୍ତି ଯେ 18.08.2020 ରେ IPR 2015 ରେ କରାଯାଇଥିବା ସଂଶୋଧନ OFPP 2016 ରେ ହୋଇଥିବା ସଂଶୋଧନ ତାରିଖଠାରୁ ଅର୍ଥାତ୍ 13.11.2018 ଠାରୁ କାର୍ଯକାରୀ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
state-cabinet-meeting-update | Argus News