LAW କମିଶନର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କଲେ ରାଜ୍ୟ ସରକାର
·1 year ago

ଅର୍ଗସ ବ୍ୟୁରୋ: ଗଠନ ହେଲା ରାଜ୍ୟ LAW କମିଶନ ବା ରାଜ୍ୟ ଆଇନ ଆୟୋଗ। LAW କମିଶନର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ହୋଇଛନ୍ତି କମିଶନର ଅଧ୍ୟକ୍ଷ। ସେହିପରି ବରିଷ୍ଠ ଆଇନଜୀବୀ ଶୌରଚନ୍ଦ୍ର ମହାପାତ୍ର ଓ ସୂର୍ଯ୍ୟପ୍ରକାଶ ମିଶ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଜ୍ୟ ସରକାର। ଏହି ଆୟୋଗରେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଆଇନ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ସଚିବ ସାମିଲ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: