Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର

Odisha

ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର

Key Points

  • ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
  • ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୧୯୮୯ରେ ବାଜିଲା କ୍ୟାବିନେଟ୍ ମୋହର
  • ବିଶ୍ବବିଦ୍ୟାଳୟ ପାଖରୁ ସ୍ବାୟତତ୍ତା ଛଡ଼ାଇନେବାକୁ ଚକ୍ରାନ୍ତ କରିଥିଲା ବିଜେଡି ସରକାର
  • ଏବେ ଓପିଏସସି ବଦଳରେ ପୁଣି ବିଶ୍ବବିଦ୍ୟାଳୟକୁ ମିଳବ ପ୍ରଫେସର ନିଯୁକ୍ତିର ଅଧିକାର
  • ଆଉ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ପରିଚାଳନା ବ୍ୟବସ୍ଥାରେ ରହିବନି ସରକାରୀ ନିୟନ୍ତ୍ରଣ 
  • କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବିଜେଡି ସରକାର ଦେଉନଥିଲା ଧ୍ୟାନ

ଅର୍ଗସ ବ୍ୟୁରୋ:  କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୧୯୮୯ରେ ବାଜିଛି କ୍ୟାବିନେଟ୍ ମୋହର। ଫଳରେ ଏଣିକି ପୂର୍ବ ଭଳି ବିଶ୍ବବିଦ୍ୟାଳୟଗୁଡ଼ିକୁ ମିଳିବ ପ୍ରଫେସର ନିଯୁକ୍ତି ଦେବାର ଅଧିକାର। ଓପିଏସସି ବଦଳରେ ଆଗଭଳି କୁଳପତିଙ୍କ ଦ୍ବାରା ଗଠିକ କମିଟି ପ୍ରଫେସରମାନଙ୍କୁ କରିବେ ଚୟନ। କେବଳ ପ୍ରଫେସର ନୁହେଁ କୂଳପତି ଚୟନ ବ୍ୟବସ୍ଥାରେ ବି କରାଯାଇଛି ପରିବର୍ତ୍ତନ। ଏଣିକି କୁଳାଧିପତି ବା ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ଜଣେ ଶିକ୍ଷାବିତ ରହିବେ କୁଳପତି ଚୟନ କମିଟିର ଅଧ୍ୟକ୍ଷ। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଦ୍ବାରା ସୁପାରିସ କରାଯାଇଥିବା ଜଣେ ପ୍ରଫେସରଙ୍କୁ କମିଟିର ସଦସ୍ୟ ଭାବେ ବାଛିବେ କୁଳାଧିପତି । ଯୁଜିସି ପକ୍ଷରୁ ମନୋନୀତ ଅନ୍ୟଜଣେ ଶିକ୍ଷାବିତ ମଧ୍ୟ କମିଟିର ସଦସ୍ୟ ରହିବେ। ଏହି ତିନି ଜଣିଆ କମିଟି କରିବେ କୁଳପତି ଚୟନ। 

ପୂର୍ବର ବିଜେଡି ସରକାର ବିଶ୍ବବିଦ୍ୟାଳୟ ହାତରୁ ସ୍ବାୟତତ୍ତା ଛଡ଼ାଇ ଆଣିବାକୁ କରିଥିଲ ବଡ଼ ଚକ୍ରାନ୍ତ। ୨୦୨୦ରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଆଣି ପ୍ରଫେସର ନିଯୁକ୍ତି ଅଧିକାର ବିଶ୍ବବିଦ୍ୟାଳୟ ବଦଳରେ ଓପିଏସସି ହାତକୁ ଦେଇଦେଇଥିଲେ। ଏଥିସହ କୂଳପତି ଚୟନ କମିଟିରେ ଜଣେ ମୁଖ୍ୟ ସଚିବ ପାହ୍ୟାର ଅବସରପ୍ରାପ୍ତ ଅଧିକାରୀ ଅଧ୍ୟକ୍ଷ ରହିବେ ବୋଲି କରାଯାଇଥିଲା ନିୟମ। ଏଥିସହ କମିଟିରେ ସରକାରଙ୍କର ଜଣେ ପ୍ରତିନିଧି ସଦସ୍ୟ ରହିବେ ବୋଲି କରାଯାଇଥିଲା ବ୍ୟବସ୍ଥା। ଅର୍ଥାତ କୁଳପତି ଚୟନରେ ସରକାରଙ୍କର ସଂପୂର୍ଣ୍ଣ ହସ୍ତକ୍ଷେପ ନେଇ ବ୍ୟବସ୍ଥା କରିଥିଲେ ବିଜେଡି ସରକାର। ଯାହାକୁ ରାଜ୍ୟର ବହୁ ଶିକ୍ଷାବିତ, ପୂର୍ବତନ କୁଳପତି ବିରୋଧ କରିଥିଲେ। ଏପରିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ।  

 ବିଶ୍ବବିଦ୍ୟାଳୟ ସଂଶୋଧନ ଅଧୀନିୟମ୧୯୮୯ ଲାଗୁ କରିବା ପାଇଁ ପୁର୍ବ BJD ସରକାରକୁ ବାରମ୍ବାର ଅନୁରୋଧ କରିଥଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କିନ୍ତୁ ନବୀନ ସରକାର ଏହାକୁ କର୍ଣ୍ଣପାତ କରିନଥିଲେ। ରାଜ୍ୟରେ ସରକାର ପରିବର୍ତନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ବିଶ୍ଵବିଦ୍ୟାଳୟ ଅଧିନିୟମ -୨୦୨୦ ଉଚ୍ଛେଦ କରି ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ଫେରାଇ ଆଣିବାକୁ ଆଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ। ରାଜ୍ୟ ସରକାର ଧର୍ମେନ୍ଦ୍ରଙ୍କ ଅନୁରୋଧ ରକ୍ଷା କରି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୧୯୮୯ରେ ମୋହର ଲଗାଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଂଶୋଧିତ ଅଧିନିୟମରେ ସିନଟ୍‍ ଅର୍ଥ କମିଟି ଓ ବିଲଡିଂ ନିର୍ମାଣ କମିଟି ଗଠନ ନେଇ ବିଶ୍ବବିଦ୍ୟାଲୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ସ୍ବାୟତତ୍ତା। ଥିସହ ଜାତୀୟ ଶିକ୍ଷାନୀତି ୨୦୨୦ର ପରିବର୍ତ୍ତନଶୀଳ ଦିଗଗୁଡ଼ିକୁ ମଧ୍ୟ ଏହି ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତା ବିଧାନସଭା ଅଧିବେଶନରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୧୯୮୯ ଉପସ୍ଥାନ କରିବେ ବିଜେପି ସରକାର ।

Sponsored
State government decides to restore autonomy to universities | Argus News