Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

Key Points

କୋଟିଆ ପାଇଁ କମିଟି ଗଠନ

ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି

କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠିତ। କମିଟିରେ ଗୃହ ବିଭାଗ ACS, SC/ST ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି। ପଶ୍ଚିମାଞ୍ଚଳ ଡିଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସଦସ୍ୟ ରହିଛନ୍ତି ।

ଏହି କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି।

ଆଗାମୀ ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବ ଏହି କମିଟି। ବିଶେଷ କରି କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
state-government-forms-committee-for-kotia | Argus News