Videos
|
Odisha

SHG ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଲେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
SHG ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଲେ ରାଜ୍ୟ ସରକାର

ସୁଭଦ୍ରା ଶକ୍ତି ମେଳା ୨୦୨୫ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାଟି ପରିଡା ସାମ୍ବାଦିକ ସମ୍ମିଳନୀ କରି ଆଲଟନା କରିଛନ୍ତି । ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା ୨୦୨୫। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ର ହେବ। ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଏହି ପ୍ରଦର୍ଶନୀ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ। ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ। ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ମାଲକାନଗିରି, ପୁରୀ ଓ ସମ୍ବଲପୁରରେ ମଧ୍ୟ ଆରମ୍ଭ ହେବ ।


ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ସରକାର , ଏବେ ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା , ଏହି ମେଳା ରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି ଏହି ମେଳାରେ ମିଶନ ଶକ୍ତିର ନାମ ପରିବର୍ତ୍ତନ କରାଯାଇନି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ର ହେବ । ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଏହି ପ୍ରଦର୍ଶନୀ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ । ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ । ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜନ ହେବ ।

State government gives another good news to SHG women | Argus News