Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ପାରମ୍ପାରିକ ବନବାସୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ପାରମ୍ପାରିକ ବନବାସୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ପାରମ୍ପାରିକ ବନବାସୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା । ବର୍ଷ ବର୍ଷ ଧରି ହକ ଅଧକାରରୁ ବଞ୍ଚିତ ପାରମ୍ପାରିକ ବନବାସି l ବାରମ୍ବାର ଆନ୍ଦୋଳନ, ଧାରଣା ସତ୍ୱେ ଚୁପ ରାଜ୍ୟ ସରକାର  l କେନ୍ଦ୍ରର ଜଙ୍ଗଲ ଅଧିକାର ଆଇନ କୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର l ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସିନାପାଲି, ଖଡ଼ିଆଳ, ବୋଡେ଼ନ ବ୍ଲକର ଜଙ୍ଗଲ ଏବଂ ଜଙ୍ଗଲ ପାଦଦେଶରେ କାଳ କାଳ ରୁ ରହି ଆସୁଛନ୍ତି ପାରମ୍ପାରିକ ବନବାସି l ଆଉ ଏମାନେ ଅନେକ ସୁବିଧା ସୁଯୋଗ ସାଙ୍ଗକୁ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ରହୁଛନ୍ତି  l ଜଙ୍ଗଲ ଜମି ପଟ୍ଟା, ଅଣଆଦିବାସୀଙ୍କୁ ଗ୍ରାମସଭା ନିଷ୍ପତି କ୍ରମେ ପଟ୍ଟା ପ୍ରଦାନ, ଜଙ୍ଗଲ ଯୋଗ୍ୟ କିସମ ରେ ପଟ୍ଟା ପ୍ରଦାନ, ଗୋଷ୍ଠୀ ସମ୍ବଳ ଅଧିକାର ଭଳି ଅନେକ ଦାବି ବର୍ଷ ବର୍ଷ ଧରି କରି ଆସୁଛନ୍ତି l

ଖଡ଼ିଆଳ, ବୋଡେ଼ନ, ସିନାପାଲି ବ୍ଲକ ର ପାରମ୍ପାରିକ ବନବାସି ମାନେ ହଜାର ହଜାର ସଂଖ୍ୟା ରେ ଏକଜୁଟ ହୋଇ  ଖଡ଼ିଆଳ ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ l ବିଭିନ୍ନ ଦାବି ନେଇ ଗର୍ଜିବା ସହ ବନ ବିଭାଗ ସହ କଥା କଟା କଟି ହୋଇ ଏକ ଦାବି ପତ୍ର ଦେଇଥିଲେ  l ପରେ ଖଡ଼ିଆଳ ତହସିଲ ଅଫିସ ଯାଇ ମଧ୍ୟ ଏକ ଦାବି ପତ୍ର ଦେଇଥିଲେ ଆନ୍ଦୋଳନକାରୀ l ବନ ବିଭାଗ ରେ କରିଥିବା ବିଭିନ୍ନ କାର୍ଯ୍ୟର ମଧ୍ୟ ପାଉଣା ପାଇନଥିବା ଅଭିଯୋଗ ହୋଇଛି l କେନ୍ଦ୍ରୀୟ ଜଙ୍ଗଲ ଅଧିକାର ଆଇନ କୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ l ଆଉ କେତେ ବର୍ଷ ପାରମ୍ପାରିକ ବନବାସି ହକ ଅଧିକାର ରୁ ବଞ୍ଚିତ ହେଲେ ନବୀନ ସରକାର ଚେତିବେ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government ignores traditional forest dwellers in Durgam ​ | Argus News