Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

FM ଛାତ୍ରୀ ମୃତ୍ୟୁ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର

Swoyang prajna Mishra
Browse all articles by Swoyang prajna Mishra
·12 months ago·2 min read
FM ଛାତ୍ରୀ ମୃତ୍ୟୁ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର

Key Points

FM ଛାତ୍ରୀ ମୃତ୍ୟୁ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର
ସବୁ କଲେଜ ଓ ୟୁନିଭର୍ସିଟି କ୍ୟାମ୍ପସରେ ପ୍ରଦର୍ଶିତ ହେବ ମହିଳା ସହାୟତା ନଂ 181
POSH Act, 2013 ସମ୍ବନ୍ଧରେ କରାଯିବ ସଚେତନତା କର୍ମଶାଳାର ଆୟୋଜନ
ସବୁ ଶିକ୍ଷାନୁଷ୍ଠାନରେ ଗଠନ ସହ କାର୍ଯ୍ୟକାରୀ ହେବ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ବା ICC
କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଲଗାଯିବ ସାଇନଏଜ୍ ବୋର୍ଡ
ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ ICC ସଦସ୍ୟଙ୍କ ନାଁ ଓ ଯୋଗାଯୋଗ ନମ୍ବର

ରାଜ୍ୟରେ ଯେମିତି ଆଉ ହେବ ନାହିଁ ବାଲେଶ୍ବର ଘଟଣାର ପୁନରାବୃତ୍ତି । ଏଥିପାଇଁ ବଡ଼ ଆକ୍ସନ୍ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ବା ICCର ଗଠନ ଓ କାର୍ଯ୍ୟକାରିତା ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କଡ଼ା ନିର୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଏହି ନିର୍ଦ୍ଦେଶକୁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ୟୁନିଭର୍ସିଟି, ସରକାରୀ କଲେଜ, ଆଡେଡ୍ କଲେଜ ଓ ବେସରକାରୀ କଲେଜ କ୍ୟାମ୍ପସ ପରିସରରେ ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରାଯିବ। ଏ ନେଇ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ । ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ ବା POSH Act ଏବଂ ଏହି ସମ୍ବନ୍ଧରେ UGC ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା, ଏ ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କର୍ମଶାଳାରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ICCର ସଦସ୍ୟମାନେ ଯୋଗଦେବେ। ଏବଂ POSH Act, 2013ର ନିୟମାବଳୀ କଡ଼ାକଡ଼ି ପାଳନ କରିବା ପାଇଁ ଶପଥ ନେବେ। କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ରହିଛି ୭୩୦ରୁ ଅଧିକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ । ଏବେ ୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି
ଆଇନ ଅନୁସାରେ ICCରେ ରହିବେ ୫୦% ମହିଳା ସଦସ୍ୟ
ନନ୍ ଟିଚିଂ ଷ୍ଟାଫ, ବାହ୍ୟ ପ୍ରତିନିଧିଙ୍କ ସହ ଛାତ୍ରଛାତ୍ରୀ ବି ସଦସ୍ୟ ରହିବେ
ଗାର୍ଲ୍ସ କମନ ରୁମ୍, ଲେଡିସ୍ ହଷ୍ଟେଲ, କ୍ଲାସ ରୁମ୍
ସର୍ବ ସାଧାରଣରେ ଲଗାଯିବ ସାଇନଏଜ୍ ବୋର୍ଡ
ସମସ୍ତ ICC ସଦସ୍ୟଙ୍କ ନାଁ ଓ ଯୋଗାଯୋଗ ନମ୍ବର ଏକ ସ୍ପଷ୍ଟ ସ୍ଥାନରେ ପ୍ରଦର୍ଶିତ କରାଯିବ
HIMS ପୋର୍ଟାଲରେ ICC ସଦସ୍ୟଙ୍କ ବିବରଣୀ ଅପଲୋଡ୍ କରାଯିବ

ଏଫଏମ କଲେଜରେ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ICCକୁ ଅଙ୍ଗୁଳି ନିର୍ଦ୍ଦେଶ ପରେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛି ଉଚ୍ଚ ଶିକ୍ଷା ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government in action mode after FM student's death | Argus News