Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ଆକ୍ସନ୍ ମୋଡରେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ଆକ୍ସନ୍ ମୋଡରେ ରାଜ୍ୟ ସରକାର

Key Points

ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ଆକ୍ସନ୍ ମୋଡରେ ରାଜ୍ୟ ସରକାର
ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ
କଟକ ଚୌଦ୍ୱାର ଡ୍ରିମ୍ ସେଣ୍ଟର ହଷ୍ଟେଲରେ ଶିକ୍ଷା ବିଭାଗର ଛାନଭିନ୍
ସେପଟେ ଫୈଜ ରେହମାନ କେଳେଙ୍କାରୀ ବିରୋଧରେ ତାତିଲେ ହିନ୍ଦୁ ସଂଗଠନ

ଆଉ ଚାଲିବନି ମନମାନି। ବନ୍ଦ ହେବ ଗରିବ, ଅବହେଳିତ, ଦଳିତ, ଆଦିବାସୀଙ୍କୁ ଶିକ୍ଷା, ହଷ୍ଟେଲ ସୁବିଧା ଦେବା ନାଁରେ ସାଂଘାତିକ କେଳେଙ୍କାରୀ । ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ ସାରା ରାଜ୍ୟରେ ପୈଜ୍ ରେହମାନ ନାମକ ଏ ବ୍ୟକ୍ତି ଚଳାଇଥିବା ଧର୍ମାନ୍ତରୀକରଣର ସାଂଘାତିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ । ସେପଟେ ଝାରସୁଗୁଡ଼ା ପରେ ଦେବଗଡ଼ ଓ କଟକରେ ଡ୍ରିମ୍ ସେଣ୍ଟର ହଷ୍ଟେଲ ବନ୍ଦ କରାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। କଟକ ଚୌଦ୍ବାର ଶଙ୍କରପୁରରେ ଚାଲିଥିବା ଏ ଡ୍ରିମ ସେଣ୍ଟର ହଷ୍ଟେଲରେ ପହଞ୍ଚି ଛାନଭିନ୍ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ହଷ୍ଟେଲରେ କେବଳ ବଡ଼ଦିନ ପାଳନର ବ୍ୟାନର ଲାଗିଛି । ଅନ୍ୟ କୌଣସି ପୂଜା ହେଉନଥିବା କହିଛନ୍ତି ହଷ୍ଟେଲ କେୟାର ଟେକର। ବିନା ଅନୁମତିରେ ଚାଲିଛି ଏ ହଷ୍ଟେଲ। ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି BEO।

ସେପଟେ ଫୈଜ ରେହମାନଙ୍କ କେଳେଙ୍କାରୀ ବିରୋଧରେ ତାତିଛନ୍ତି ହିନ୍ଦୁ ସଂଗଠନ। ରାଜ୍ୟରେ ବେଆଇନ ଭାବେ ଚାଲିଥିବା ଡ୍ରିମ ସେଣ୍ଟର ହଷ୍ଟେଲରେ ନିରୀହ ଆଦିବାସୀଙ୍କ ଧର୍ମାନ୍ତରୀକରଣ କରାଯାଉଛି । ଏଭଳି ସେଣ୍ଟରକୁ ବନ୍ଦ କରିବା ସହ ମୁଖ୍ୟ କାର୍ପଟଦାର ଫୈଜ ରେହମାନକୁ ଗିରଫ ପାଇଁ ଦାବି କରିଛି ହିନ୍ଦୁ ଜାଗରଣ ମଞ୍ଚ। ଏଥିପାଇଁ କଟକ ବକ୍ସି ବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଦାବିପତ୍ର ।

ସେପଟେ ବଲାଙ୍ଗିରରେ ବେଆଇନ ଭାବେ ଚାଲିଥିବା ଡ୍ରିମ୍ ସେଣ୍ଟର ହଷ୍ଟେଲ ବନ୍ଦ କରିବାକୁ 14 ଦିନ ପୂର୍ବରୁ ଦିଆଯାଇଥିଲା ନୋଟିସ୍। ଏଯାଏଁ କେମିତି ହଷ୍ଟେଲ ଚାଲିଛି ତାହା ବଡ଼ ପ୍ରଶ୍ନ । ପୁଣି ଥରେ ତଦନ୍ତ ହେବ ବୋଲି ଜିଲ୍ଲପାଳ କହୁଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି ଟିମ୍ ଗଠନ କରି ତଦନ୍ତ କରିବେ। ତଦନ୍ତ କରି ବନ୍ଦ ପାଇଁ ନୋଟିସ ହୋଇଥିଲା। ପୁଣି କଣ ତଦନ୍ତ କରିବେ ଜିଲ୍ଲାପାଳ ତାହା ବଡ଼ ପ୍ରଶ୍ନ । ୧୪ ଦିନ ହେଲାଣି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ କେମିତି ଖବର ନାହିଁ । କିଏ ଲୁଚାଇ ରଖିଥିଲା ବନ୍ଦ ନୋଟିସ ତାହା ବି ପ୍ରଶ୍ନ ଘେରରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored