Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନମୋଡରେ ରାଜ୍ୟ ସରକାର, ତଦନ୍ତ ପାଇଁ ଗଠିତ କମିଟି ଆରମ୍ଭ କଲା ତଦନ୍ତ

Smruti Parija
Browse all articles by Smruti Parija
·1 year ago·1 min read
ଆକ୍ସନମୋଡରେ ରାଜ୍ୟ ସରକାର, ତଦନ୍ତ ପାଇଁ ଗଠିତ କମିଟି ଆରମ୍ଭ କଲା ତଦନ୍ତ

Key Points

ବାଲେଶ୍ବର ପିଡୀତାଙ୍କ ଜୀବନ ବଂଚାଇବା ପାଇଁ ସରକାରଙ୍କ ତତ୍ପରତା
ଆକ୍ସନମୋଡରେ ରାଜ୍ୟ ସରକାର
ତଦନ୍ତ ପାଇଁ ଗଠିତ କମିଟି ଆରମ୍ଭ କଲା ତଦନ୍ତ
ଆତ୍ମାହୂତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇଙ୍କ ବଡ଼ ଅଭିଯୋଗ
ଇଣ୍ଟରନାଲ୍ କମିଟିକୁ ନେଇ ଉଠିଲା ପ୍ରଶ୍ନ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୟାନ, ରିପୋର୍ଟ ଆସିଲେ ବ଼ଡ଼ ଆକସନ୍

କାହିଁକି ଆତ୍ହାହୂତି ଉଦ୍ୟମ କଲେ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ, କାହିଁକି ପିଡୀତାଙ୍କୁ ମିଳିଲାନି ନ୍ୟାୟ । ପିଡିତାଙ୍କ ଭାଇ ଏନେଇ କଲେଜର ଇଣ୍ଟରନାଲ କମିଟି ଉପରେ ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି, କମିଟିର ତଦନ୍ତ ଅଧ୍ୟାପକ ସମୀରଙ୍କୁ ସୁହାଇବା ଭଳି କରାଯାଇଛି । ଅଧ୍ୟକ୍ଷଙ୍କୁ ବି ବହିଷ୍କାର ସହ ଗିରଫ ପାଇଁ ଦାବି କରିଛନ୍ତି। ସରକାରଙ୍କ ଉପରେ ଭରଷା ଅଛି ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।...ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିଲେ ଅକ୍ସନ ନିଆଯିବ ।


ଶନିବାର ଦିନ କଲେଜ କ୍ୟାମ୍ପସ ପରିସରରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପିଡୀତା। ସଙ୍ଗେ ସଙ୍ଗେ ଆକସନ୍ ମୋଡକୁ ଆସିଥିଲେ ସରକାର
-ତୁରନ୍ତ ଚିକିତ୍ସା ପାଇଁ ପିଡୀତାଙ୍କୁ ଅଣାଗଲା ଭୁବନେଶ୍ବର ଏମସ
-ଅଭିଯୁକ୍ତ ଏଚଓଡି ସମୀର ସାହୁ ଗିରଫ ହେଲେ
-ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସସପେଣ୍ଡ ହେଲେ
-ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେଲା
-ଉଚ୍ଚଶିକ୍ଷାମନ୍ତ୍ରୀ ଏମସ ଯାଇ ଚିକିତ୍ସାର ତଦାରଖ କଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଲେଜ କ୍ୟାମ୍ପସରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ଏଭଳି ଘଟଣାରେ ଯେଭଳି ପୁନରାବୃତ୍ତି ନହୁଏ ସେ ଦିଗରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

Sponsored