Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବାଂଲାଦେଶୀଙ୍କୁ ବିଦା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାରେ ବାଂଲାଦେଶୀଙ୍କୁ ବିଦା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର

Key Points

ବାଂଲାଦେଶୀଙ୍କୁ 30 ଦିନ ମହଲତ। ବାଂଲାଦେଶୀ ଓ ମିଆଁମାର ନାଗରିକଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କେନ୍ଦ୍ର ଗୃମନ୍ତ୍ରାଳୟର ନିର୍ଦ୍ଦେଶ।

ବାଂଲାଦେଶୀଙ୍କୁ 30 ଦିନ ମହଲତ। ବାଂଲାଦେଶୀ ଓ ମିଆଁମାର ନାଗରିକଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କେନ୍ଦ୍ର ଗୃମନ୍ତ୍ରାଳୟର ନିର୍ଦ୍ଦେଶ। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। 30 ଦିନ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ କରି ଡକ୍ୟୁମେଣ୍ଟ ବୈଧ ନ ଥିଲେ ତୁରନ୍ତ ବିଦା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଓଡ଼ିଶାରୁ ବେଆଇନ୍ ବାଂଲାଦେଶୀଙ୍କୁ ବିଦା କରିବାକୁ ଆକ୍ସନ ମୋଡରେ ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସର୍ଭେ, ବିଶେଷ ଭାବେ ସ୍ଲମ ଏରିଆକୁ ଫୋକୋସରେ ନିଆଯାଇ ସର୍ଭେ କରାଯାଉଛି । ଯେଉଁମାନେ ବାଂଲାଦେଶୀ ବୋଲି ଚିହ୍ନଟ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ବାଂଲାଦେଶ ପଠାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବେଆଇନ୍ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ STF ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର SOP । ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାୟୀ ଆକ୍ସନ ନେବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।


ରାଜ୍ୟରେ ହଟସ୍ପଟ ଚିହ୍ନଟ କରାଯାଇ ସେହି ଅଞ୍ଚଳରେ କେତେଜଣ ବାଂଲାଦେଶୀ ରହୁଛନ୍ତି ତାର ତାଲିକା ପ୍ରସ୍ତୁତ କରାଯାଉଛି। କେଉଁ ଉପାୟରେ ଆଧାର କାର୍ଡ ଓ ରାସନ କାର୍ଡ ହାତେଇଛନ୍ତି ସେନେଇ ଯାଞ୍ଚ କରୁଛି ପୋଲିସ । ପାରାଦ୍ୱୀପ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଏବଂ ଭୁବନେଶ୍ୱରକୁ ପ୍ରମୁଖ ହଟସ୍ପଟ ଭାବରେ ଚିହ୍ନଟ କରାଯାଇଛି । ଏହି ଜିଲ୍ଲା ଓ ସହରଗୁଡ଼ିରେ ରହୁଥିବା ବଂଲାଦେଶୀ ଅନୁପ୍ରବେଶକାରୀଙ୍କ ତାଲିକା ପ୍ରସ୍ତୁତ କରି ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କ୍ରାଇମବ୍ରାଞ୍ଚ STF DIG. ବାଲେଶ୍ବର ଜିଲ୍ଲାରେ ରହିଛି ୧୩୦ କିଲୋମିଟର ସମୁଦ୍ର ଉପକୂଳ। ତାଳସାରୀ ବେଳାଭୂମିଠାରୁ ଭଦ୍ରକ ପର୍ଯ୍ୟନ୍ତ ହଜାର ହଜାର ଏକର ସରକାରୀ ଜମିକୁ ବାଂଲାଦେଶୀ ବେଆଇନ୍ ଭାବେ କବଜା କରି ରଖିଛନ୍ତି । ପୂର୍ବ ବିଜେଡି ସରକାର ଏମାନଙ୍କୁ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରିଆସୁଥିଲେ। ସେଥିପାଇଁ ଆକ୍ସନ ନେବା ବଦଳରେ ସେମାନଙ୍କୁ ସବୁ ସୁବିଧା ଯୋଗାଇଦିଆଯାଉଥିଲା। ହେଲେ ବର୍ତ୍ତାମନର ସରକାର ଏମାନଙ୍କୁ ବିଦା କରିବାକୁ ଦେଖାଇଛନ୍ତି ତତ୍ପରତା। ଯାହାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମତ୍ସ୍ୟଜୀବୀ ଭାବେ ବାଂଲାଦେଶରୁ ଲକ୍ଷାଧିକ ଶରଣାର୍ଥୀ ବଙ୍ଗୋପସାଗର ଦେଇ ବାଲେଶ୍ବର ଉପକୂଳରେ ପ୍ରବେଶ କରୁଛନ୍ତି। ଧିରେ ଧିରେ ଏଠାରେ ନକଲି ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ର କରି ସରକାରୀ ଜମିକୁ ଜବରଦଖଲ କରୁଛନ୍ତି ଏବଂ ବିଭିନ୍ନ ନିଶା କାରବାରରେ ସଂପୃକ୍ତ ରହୁଛନ୍ତି। ଏମାନଙ୍କ ଜରିଆରେ ବାଂଲାଦେଶରୁ ଜଳପଥ ଦେଇ ବାଲେଶ୍ବରକୁ ବ୍ରାଉନସୁଗାର ଚୋରା ଚାଲାଣ ହେଉଛି। ବାଲଂଦାଶୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ଜିଲ୍ଲା ପ୍ରଶାସନ ତପ୍ତର ହୋଇପଡିଛି। ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଜବରଦଖଲକାରୀଙ୍କ କବଜାରେ ଥିବା ଜମି ବବାଦରେ ତଥ୍ୟ ମାଗାଯାଇଛି। ଏହା ସହିତ ବାଲେଶ୍ବର ଉପକୂଳରେ ଥିବା ସଂନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖିବା ସହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବେଆଇନ ବାଂଲାଦେଶୀ ଚୋରୀ, ଡକାୟତି ଓ ନିଶା କାରବାର ପରି ବିଭନ୍ନ ଅପରାଧରେ ସଂପୃକ୍ତ ରହିବା ସହ ଦେଶ ବିରୋଧି ଗତିବିଧିରେ ସାମିଲ ହେଉଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ବିଦା କରିବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Sponsored
state-government-in-action-mode-to-send-back-bangladeshis-in-odisha | Argus News