Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

Odisha

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।


ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଣିକି ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ। ସମଗ୍ର ଶିକ୍ଷା ସ୍କିମ୍‌ ଅନୁସାରେ ଆଜିଠାରୁ ଦରମା ବୃଦ୍ଧି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ଦ୍ଧିତ ଦରମା ଘୋଷଣାରେ ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ । ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନ କରିଥିଲେ । ଯାହାକୁ ଦୃଷ୍ଟି ରଖି ସରକାର ଆଜି ତାଙ୍କ ଦରମା ବୃଦ୍ଧି ଦାବି ପୂରଣ କରିଛନ୍ତି ।

Sponsored
State government increases salaries of junior teachers | Argus News