ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା; ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ
·1 year ago

ଭୁବନେଶ୍ୱର: ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ । ଏନେଇ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ସେପଟେ ଯାତ୍ରା ଅଶୀଳତା ନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଆଣିଲେ ଆମେ ସ୍ୱାଗତ କରିବୁ । ଯାତ୍ରାରେ ଅଶ୍ୱୀଳତା ସୀମା ଲଙ୍ଗୁଛି । ଯଦି ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବେ ଏବଂ ଫିଲ୍ମ ଭଳି ସେନସର ବୋର୍ଡ଼ ଭଳି ହେବା ଦରକାର । ଯେଉଁ ଯାତ୍ରା ମାଲିକ ମାନେ ଏଭଳି କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିୟନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: