Videos
|
Odisha

ଅମଳ ପୂର୍ବରୁ ଅଦିନିଆ ବର୍ଷା ଉଜାଡ଼ି ଦେଲା ଫସଲ

Smruti Parija
Browse all articles by Smruti Parija
·1 year ago·2 min read
ଅମଳ ପୂର୍ବରୁ ଅଦିନିଆ ବର୍ଷା ଉଜାଡ଼ି ଦେଲା ଫସଲ

ଅର୍ଗସ ବ୍ୟୁରୋ: ଅମଳ ପୂର୍ବରୁ ଅଦିନିଆ ବର୍ଷା ଉଜାଡ଼ି ଦେଲା ଫସଲ । ଧାନ ଚାଷ ଓଡ଼ିଶା ଚାଷୀଙ୍କ ମୁଖ୍ୟ ରୋଜଗାର ସ୍ରୋତ । ୮୦୦ ଟଙ୍କାର ବୋନସ୍, ଅଧିକ ଚାଷ ପାଇଁ କରିଥିଲା ପ୍ରୋତ୍ସାହିତ । ଏବେ ଚାଷୀଙ୍କ କ୍ଷତି ଭରଣା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ପୂର୍ବରୁ ରାଜସ୍ବ ମନ୍ତ୍ରୀ ବି କହିଛନ୍ତି ଚାଷୀଙ୍କୁ ମିଳିବ ଫସଲ ବୀମାର ଲାଭ । ସେପଟେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ।


ଚାଷୀଙ୍କ ଦୁର୍ଦ୍ଦଶା ପାଇଁ ୨୪ ବର୍ଷ ସରକାରର ଅପାରଗତାକୁ ଦାୟୀ କଲା ବିଜେପି । ଆଉ ଦୁଇ ଦିନ ଭିତରେ ଅର୍ଥାତ୍ ଆସନ୍ତା ୩୦ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଫସଲ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ। ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ପରେ ଏଭଳି କଡ଼ା ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା ଦ୍ବାରା କ୍ଷତିଗ୍ରସ୍ତ ସବୁ ଚାଷୀ ବୀମା ଆବେଦନ କରିବାକୁ ଆହ୍ବାନ କରିଛନ୍ତି ମୋହନ ମାଝୀ। ଅଭିଯୋଗ ଦାଖଲ ପାଇଁ କୃଷି ବିଭାଗର କୃଷି ରକ୍ଷକ ଆପ୍ ଟୋଲ ଫ୍ରି ନମ୍ବର 14447ରେ ଯୋଗାଯୋଗ କରିପାରିବେ । ଉଭୟ ବୀମା କରିଥିବା ଓ କରି ନ ଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିବିଟି ଜରିଆରେ କ୍ଷତିପୂରଣ ଯୋଗାଇ ଦିଆଯିବ । କେହି ଜଣେ ବି କ୍ଷତିଗ୍ରସ୍ତ ଯେମିତି ବଂଚିତ ହେବେ ନାହିଁ ସେଥି ପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏବେ ସୁଦ୍ଧା 1 ଲକ୍ଷ 26 ହଜାର ଚାଷୀ କ୍ଷୟକ୍ଷତି ଆବେଦନ କରିଛନ୍ତି । ପୂର୍ବରୁ ଫସଲବୀମା ଚାଷୀଙ୍କ ସ୍ବାର୍ଥରେ ବୋଲି କହିବା ସହ ବୀମା କମ୍ପାନୀ ଚାଷୀଙ୍କୁ ହଇରାଣ ନ କରିବାକୁ ତାଗିଦ କରିଥିଲେ ରାଜସ୍ୱ ମନ୍ତ୍ରୀ । କୃଷି ସମ୍ପର୍କିତ ସବୁ ବିଭାଗ ମଧ୍ୟ ଚାଷୀଙ୍କୁ ସହାୟତା ପାଇଁ ଦେଖାଉଛନ୍ତି ତତ୍ପରତା।


ସେପଟେ ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ସର୍ବଦଳୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ ବୋଲି ଦାବି କରିଥିବା ବେଳେ ଜବାବ ରଖିଛି ବିଜେପି ।


୨୪ ବର୍ଷ ସରକାରରେ ଚାଷୀଙ୍କୁ କେବଳ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରିଥିଲା ବିଜେଡ଼ି । ରାଜ୍ୟରେ ଭାଙ୍ଗି ଯାଇଛି ମଣ୍ଡି ବ୍ୟବସ୍ଥା, ସେଥିପାଇଁ ହଇରାଣ ହେଉଛି ଚାଷୀ। ଆଉ ଏବେ ବିଜେଡି ଅଦିନିଆ ବର୍ଷାରେ ଭାଙ୍ଗି ଯାଇଥିବା ଚାଷୀ ମେରୁଦଣ୍ଡ ଉପରେ ବସି ରାଜନୈତିକ ରୁଟି ସେକିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି।