IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

Key Points
ଦୀପଙ୍କର ମହାପାତ୍ରଙ୍କୁ ସିଇଓ, ହକି ପ୍ରମୋସନ କାଉନ୍ସିଲ୍ ଦାୟିତ୍ୱ ଦିଆଯାଇଛି ।
୩୪ DFO ଓ ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟଙ୍କ ବଦଳି ମଧ୍ୟ କରାଯାଇଛି ।
IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର । ୧୩ IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ । ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଦାୟିତ୍ୱ ଦେଇଥିବା ବେଳେ ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ବ ଦିଆଯାଇଛି । ସେପଟେ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଦୀପଙ୍କର ମହାପାତ୍ରଙ୍କୁ ସିଇଓ, ହକି ପ୍ରମୋସନ କାଉନ୍ସିଲ୍ ଦାୟିତ୍ୱ ଦିଆଯାଇଛି ।
ଖାଲି ସେତିକି ନୁହେଁ ଆଜି ୩୪ DFO ଓ ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟଙ୍କ ବଦଳି ମଧ୍ୟ କରାଯାଇଛି । ବିଭିନ୍ନ ବନଖଣ୍ଡକୁ ବଦଳି ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି ।
📱 Get Argus News App
✨ଗତକାଲି ମଧ୍ୟ IAS ସ୍ତରରେ ବଡ଼ ଅଦଳବଦଳ କରାଯାଇଥିଲା । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ଵ । ଅମ୍ବର କୁମାର କର ହେଲେ ଯାଜପୁର ଜିଲ୍ଲାପାଳ । କୀରନଦୀପ କୌର ହେଲେ ସିଏମ୍ସି କମିସନର । ସୋମେଶ ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ । ଆଶିଷ ଈଶ୍ୱର ପାଟିଲ ହେଲେ ଢେଙ୍କାନାଳ ଜିଲ୍ଲାପାଳ । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଲା ପୁରୀ ଜିଲ୍ଲାପାଳ ଦାୟିତ୍ୱ । ଅମ୍ବର କୁମାର କର ହେଲେ ଯାଜପୁର ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । କିର୍ଥୀ ଭାସନଙ୍କ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ।