Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Submit Property List / ଏକ ଲକ୍ଷ ୨୫ ହଜାର କର୍ମଚାରୀ ଦାଖଲ କରି ନାହାନ୍ତି ସମ୍ପତ୍ତି ତାଲିକା

Bikash Mohanty
Browse all articles by Bikash Mohanty
·4 months ago·2 min read
ଏକ ଲକ୍ଷ ୨୫ ହଜାର କର୍ମଚାରୀ ଦାଖଲ କରି ନାହାନ୍ତି ସମ୍ପତ୍ତି ତାଲିକା
Property

Key Points

ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ
ଏକ ଲକ୍ଷ ୨୫ ହଜାର କର୍ମଚାରୀ ଦାଖଲ କରି ନାହାନ୍ତି
ମାର୍ଚ୍ଚ ୩୧ ସୁଦ୍ଦା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ । ସୂଚନା ଅନୁସାରେ ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ଏକ ଲକ୍ଷ ୨୫ ହଜାର ଆଠଶହ ସତଚାଳିଶି(୧,୨୫,୮୪୭) ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା କର୍ମଚାରୀଙ୍କ ନିମନ୍ତେ, ରାଜ୍ୟ ସରକାର ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ କୋହଳ କରିଛନ୍ତି।
ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା ସମସ୍ତ ବର୍ଗର କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା କୁ HRMS ର ଅନ୍‌ଲାଇନ୍ ପୋର୍ଟାଲ୍ ରେ ପୂର୍ବରୁ ଜାନୁଆରୀ ପହିଲାରୁ ଜାନୁୟାରୀ ୩୧ ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
ସର୍ବ ଭାରତୀୟ ସେବା ବର୍ଗ( ଯଥାକି IAS, IPS ଏବଂ IFS) ର ଅଧିକାରୀ ସେମାନଙ୍କ ବାର୍ଷିକ ଅଚଳ,ସ୍ଥାବର ସମ୍ପତି ତାଲିକା କୁ SPARROW ର ଅନ୍‌ଲାଇନ୍ ପୋର୍ଟାଲ୍ ରେ ଦାଖଲ କରିଥାନ୍ତି ଏହି ନିୟମାବଳୀ ଅନୁଯାୟୀ ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀ ଦାଖଲ କୁ ପଦୋନ୍ନତି ନିମନ୍ତେ ଅନିବାର୍ଯ୍ୟ କରାଯାଇଥାଏ
ଗତ ଫେବୃଆରି ୨୩ ତାରିଖରେ ରାଜ୍ୟ ସରକାର ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତଥାପି ବହୁ ସଂଖ୍ୟାରେ କର୍ମଚାରୀ ନିଜର ସଂପତ୍ତ ତାଲିକା ଦେଉନାହାନ୍ତି । ଗତବର୍ଷର ସଂପତ୍ତି ତାଲିକା ଦାଖଲ କରିବାର ଶେଷ ତାରିଖ ୨୦୨୬ ମସିହା ଜାନୁଆରି ୩୧ତାରିଖ ଧାର୍ଯ୍ୟ ହୋଇଥିଲା । ତେଣୁ ଆସନ୍ତା ମାର୍ଚ୍ଚ ୩୧ତାରିଖ ଭିତରେ ସଂପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୁପ୍ ଏ ରୁ ଡି ପଦବିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସଂପତ୍ତି ତାଲିକା ଦେବାକୁ ପଡ଼ିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସମସ୍ତ ସରକାରୀ ବିଭାଗ, ଆର୍‌ଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଜାରି ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ(ସଂଶୋଧନ) ନିୟମ, ୨୦୨୧ ଅନୁସାରେ ସମସ୍ତ କର୍ମଚାରୀ ପ୍ରତିବର୍ଷ ଜାନୁଆରି ପହିଲାରୁ ୩୧ତାରିଖ ଭିତରେ ନିଜର ସଂପତ୍ତ ତାଲିକା ଦେବା ବାଧ୍ୟତାମୂଳକ ଜାନୁଆରି ୩୧ ତାରିଖ ସୁଦ୍ଧା ଅନେକ କର୍ମଚାରୀ ସଂପତ୍ତି ତାଲିକା ଦେଇ ନ ଥିବାରୁ ମାର୍ଚ୍ଚ ୩୧ତାରିଖ ସେମାନଙ୍କୁ ଶେଷ ସୁଯୋଗ ଦିଆଯାଇଥିଲା। ଏଚ୍ଆରଏସ୍ଏସ୍ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଅପ୍‌ଲୋଡ୍ କରିବାକୁ ହେବ ନଚେତ୍ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ତାଗିଦ୍ କରାଯାଇଥିଲା ।

ପଢନ୍ତୁ ଏହି ଖବର:  ଅଷ୍ଟମ ବେତନ କମିଶନରେ ବଡ଼ ନିଷ୍ପତ୍ତି: ପ୍ରମୋସନ୍-ଭତ୍ତା ବୃଦ୍ଧି !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Submit Property List | State Government Directs Officials to Submit Property List by March 31 | Argus News