୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

Key Points
ଓଡ଼ିଶାରେ ସିଙ୍ଗାପୁର ମଡେଲ
ଦୁଇ ଦିନିଆ ଓଡ଼ିଶା ଗସ୍ତ ରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗ୍ରତ୍ନମ
ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ
ଓଡ଼ିଶା ଓ ସିଙ୍ଗାପୁରର ମଧ୍ୟରେ ସ୍ୱାକ୍ଷର ହେଲା ୮ MOU
ମୁଖ୍ୟମନ୍ତ୍ରୀ କହିଲେ ସିଙ୍ଗାପୁରର ସହ ଓଡ଼ିଶାର ସମ୍ପର୍କ ବିକଶିତ ଓଡିଶା ଗଠନରେ ହେବ ସହାୟକ
ଅପାର ସମ୍ଭାବନା ସତ୍ତ୍ବେ ଓଡିଶା କାହିଁକି ପଛୁଆ
ସିଙ୍ଗାପୁର ମଡେଲ ଦେଖାଇବ କି ରାସ୍ତା
ସାକାର ହେବ କି ବିକଶିତ ଓଡିଶାର ସ୍ବପ୍ନ
ଅର୍ଗସ ବ୍ୟୁରୋ:ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗ୍ରତ୍ନମ । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମନ ସନ୍ମୁଗ୍ରତ୍ନମ ପହଁଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ଭବ୍ୟ ସ୍ୱାଗତ । ପରେ ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ଓଡ଼ିଶା ଓ ସିଙ୍ଗାପୁରର ମଧ୍ୟରେ ୮ MOU ସ୍ବାକ୍ଷର ହୋଇଛି । ଯେଉଁଥିରେ ରହିଛି
1. ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ।
2. ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MOU ସ୍ବାକ୍ଷର
3. ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ MOU ।
4. ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର ।
5. ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MOU ।
6. ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ।
7. ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MOU ।
8. ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ GFTN ସହ MOU ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଶିଳ୍ପ ସମୃଦ୍ଧି ଦିଗରେ ବି ସୃଷ୍ଟି କରିଛି ବଡ଼ ସମ୍ଭାବନା । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ଏହା ପଥ ପଦର୍ଶକ ହେବାକୁ ଯାଉଛି । କଣ୍ଟ୍ରି ପାଟନର ଥିବା ସିଙ୍ଗାପୁର ଓଡ଼ିଶାର ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି । ନୂଆ ସରକାର ଗତ 6 ମାସରେ 2 ଲକ୍ଷ 40 ହଜାର କୋଟି ପୁଞ୍ଜି ନିବେଶ ରାଜ୍ୟ କୁ ଆଣିଥିବା ବେଳେ ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ଚୁକ୍ତି ସ୍ବାକ୍ଷର ଶିଳ୍ପ କ୍ଷେତ୍ର କୁ ଅଧିକ ବୁଷ୍ଟ କରିଛି ।
📱 Get Argus News App
✨ସିଙ୍ଗାପୁର ଛୋଟ ଦେଶ । ଜନସଂଖ୍ୟା 60 ଲକ୍ଷ 40 ହଜାର.. ଦେଶର 65 ପ୍ରତିଶତ ଲୋକ ଚାକିରିଆ... ବାହାର ଦେଶକୁ ରପ୍ତାନୀ କରୁଛନ୍ତି ଖାଦ୍ୟ ସାମଗ୍ରୀ , କସମେଟିକ, ଇଲୋକ୍ଟ୍ରୋନିକସ ଓ ଟେଲିକମ୍ୟୁନିକେସନ ଯନ୍ତ୍ରାଂଶ, ମେଡିକାଲ ଉପକରଣ , ରିଫାଇନ ପେଟ୍ରୋଲିୟମ ପଦାର୍ଥ ପରି ସାମଗ୍ରୀ... ଦେଶ ଛୋଟ ହେଲେ ମୁଣ୍ଡ ପିଛା ଆୟ ହିସାବରେ ବିଶ୍ବରେ ତୃତୀୟ । ଆମେରିକା, ଚୀନ, ଜାପାନ , ଅଷ୍ଟ୍ରେଲିଆ ପରି ପଡ ଦେଶକୁ କରୁଛି ରପ୍ତାନୀ । ଏବେ ସିଙ୍ଗାପୁର ମଡେଲ ଓଡିଶାକୁ ଦେଖାଇବ କି ରାସ୍ତା ସାକାର ହେବ କି ବିକଶିତ ଓଡିଶାର ସ୍ବପ୍ନ