Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳିବେ ରାଜ୍ୟ ସରକାର 

Smruti Parija
Browse all articles by Smruti Parija
·1 year ago·2 min read
ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳିବେ ରାଜ୍ୟ ସରକାର 

 ଅର୍ଗସ ବ୍ୟୁରୋ: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ । ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ଡିସେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବରଗଡ଼ର ସୋହେଲା ବଡ଼ ଚାଷୀ ସମାବେଶ କରାଯିବ । ୧ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ । ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । 

କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ, ସେହି ଆକାଉଣ୍ଟକୁ ଟଙ୍କା ଯିବ । ୧୫ ତାରିଖରୁ ପାର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକେନର ଅବଧି ଗୋଟେ ମାସ ରହିବ । ଜିଲ୍ଲାପାଳ ମାନଙ୍କୁ ପାୱାର ଦିଆଯାଇଛି ସେମାନେ ଆଉ ୭ ଦିନ ବଢ଼େଇ ପାରିବେ । କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡାକଡ଼ି କରାଯିବ । ସିସିଟିଭି ଲଗାଯିବା ସହ ପେଟ୍ରୋଲିଂ କରାଯିବ । 

ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ । ପୂର୍ବରୁ ସେହି ସୋହେଲାରେ ବିଜେଡି ସରକାର ୧୦୦ ଟଙ୍କା ବୋନସ୍ ଦେବାକୁ କହି ଦେଲେନାହିଁ । କିନ୍ତୁ ଆମ ସରକାର ୮୦୦ ଟଙ୍କା ଅଧିକ ଦେବାକୁ ଯାଉଛନ୍ତି । ଏହା ହେଉଛି ବିଜେଡି ଆଉ ବିଜେପି ସରକାର ମଧ୍ୟରେ ଫରକ୍ । ଏହି ୮୦୦ ଟଙ୍କା ଦ୍ବାରା ଚାଷୀ ପରିବାରର ଅର୍ଥନୀତି ବଢିବ । ଗୋଟେ ଏକର ପିଛା ହାରାହାରି ୧୦ ହଜାର ଟଙ୍କା ଅଧିକ ପାଇବେ । ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government to celebrate paddy harvest as a festival | Argus News