Videos
|
Odisha

ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ରାଜ୍ୟ ସରକାର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ରାଜ୍ୟ ସରକାର

Key Points

ଅଗଷ୍ଟ 9ରେ କୋରାପୁଟ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ବାଣ୍ଟିବେ ରାଜ୍ୟ ସରକାର
କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀ
ଏକକାଳୀନ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ରାଜ୍ୟ ସରକାର । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ । କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ସୁଭଦ୍ରା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି ।


ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ ବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ ମହିଳା ମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
State government to distribute third installment of Subhadra funds from Jaipur | Argus News