୫୦ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ

Key Points
ଆଜି ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର
୫୦ ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ
ଆଜି ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର । ୧୯୭୫ ମସିହା ଜୁନ ୨୫ରେ ଭାରତରେ ଜରୁରୀକାଳୀନ ସ୍ଥିତି ଲାଗୁ ହେବାର ୫୦ ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକୁ ୨୦୨୫ ମସିହା ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବ । ଏହି ଦିବସରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନେଇ ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେମିନାର, ସଚେତନତା ରାଲି, ବିତର୍କ, କର୍ମଶାଳା, ବକ୍ତୃତା, ‘ସମ୍ବିଧାନ ବଞ୍ଚାଅ’ ବିଷୟରେ ରାଜପଥ ନାଟକ ଆୟୋଜନ ହେବ ।
ଆଜି ଭୁବନେଶ୍ଵର ରେଳ ଅଡିଟରିୟମରେ ପାଳନ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଅନ୍ୟପଟେ ଜୟପୁରରେ ହେଉଛି ନିଆରା ପ୍ରତିବାଦ । ଦଳର ଯୁବ ମୋର୍ଚ୍ଚା ତରଫରୁ ଯୁବ ବର୍ଗଙ୍କୁ ନେଇ ଆୟୋଜନ କରାଯାଉଛି ମୋକ ପାର୍ଲାମେଣ୍ଟ । କଂଗ୍ରେସ ଶାସନ ସମୟରେ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟାକରି କିପରି ଦେଶବାସୀଙ୍କ ମୌଳିକ ଅଧିକାର ଓ ବାକ୍ ସ୍ଵାଧୀନତାକୁ କ୍ଷୂର୍ଣ୍ଣ କରାଯାଇଥିଲା ସେ ସମ୍ପର୍କରେ ଯୁବ ପୀଢ଼ିକୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ।