Videos
|
Odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ହେବ ସର୍ଭେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ହେବ ସର୍ଭେ

ଅର୍ଗସ ବ୍ୟୁରୋ:  ଆଜିଠୁ ଆବାସ ସର୍ଭେ ଆରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ହେବ ସର୍ଭେ । ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜସୁଆପୁର ପଞ୍ଚାୟତର ଅର୍ଜୁନସିଂହପୁର ଗାଁରୁ ସର୍ଭେ ଶୁଭାରମ୍ଭ କରିବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଏହି ଅବସରରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପଞ୍ଚାୟତିରାଜ ମନ୍ତ୍ରୀ । କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।


ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ହେବ ସର୍ଭେ । ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବା ସହ ପୃଥକ ଭାବେ ବାସ କରୁଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ । ଯୋଗ୍ୟତା ମାନଦଣ୍ଡ କୋହଳ କରାଯାଇ ଦୁଇଚକିଆ ଯାନ, ରିଫ୍ରିଜେରେଟର ଓ ଲ୍ୟାଣ୍ଡଲାଇନ ଫୋନ ଥିବା ପରିବାର ମଧ୍ୟ ସର୍ଭେ ତାଲିକାଭୁକ୍ତ ହୋଇପାରିବେ । ଗୃହ ମଞ୍ଜୁରୀ ପାଇଁ ପରିବାରର ଆୟ ସୀମା 15 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
State government to start housing survey from today | Argus News