Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ:  ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରୀଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ। ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ରଙ୍କ ସୂଚନା । ଅଭିଯୋଗ ଆସୁଛି ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି । କିନ୍ତୁ କାହାର କାର୍ଡ କାଟିବନି । ଲିଷ୍ଟ ଯାଇଛି ଅଧିକାରୀ ମାନଙ୍କ ପାଖକୁ। 


ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ତାପରେ କାର୍ଡ କଟିବ. ଆଜି ବି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ । ଧନୀ ଲୋକ ହାତେଇ ଥିଲେ କଟିବ । ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ଅପିଲ କଲେ ମନ୍ତ୍ରୀ ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ । ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି ।  ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ । ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government will conduct physical verification | Argus News