Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଧ୍ୟବିତ୍ତଙ୍କ ସ୍ଵପ୍ନର ଘର ଯୋଗାଇବେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
ମଧ୍ୟବିତ୍ତଙ୍କ ସ୍ଵପ୍ନର ଘର ଯୋଗାଇବେ ରାଜ୍ୟ ସରକାର

Key Points

ଭୁବନେଶ୍ୱରରେ ମଧ୍ୟବିତ୍ତଙ୍କ ସ୍ଵପ୍ନର ଘର
ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇବେ ରାଜ୍ୟ ସରକାର
MIG, LIG, LIG -1, MIG -2 ଘର ଦେବେ ସରକାର
୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର
ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ । କେଉଁ ବର୍ଗର ଲୋକ ଆବେଦନ କରିପାରିବେ ତାହାର କ୍ରାଇଟେରିଆ ମଧ୍ୟ ରହିବ ।

ଧନୀକ ଶ୍ରେଣୀ ଲୋକ ଆବେଦନ କରିପାରିବେନି । ଉନ୍ନତ ମାନର ଘର ଯୋଗାଇବା ସରକାରଙ୍କ ଲକ୍ଷ୍ୟ । ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ । କୋପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇ ଅପ୍ କରିବେ ସରକାର । କୋପରେଟିଭ ବ୍ୟାଙ୍କ, ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ଵ ନେବ ।

ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏହି ଘର ଗୁଡ଼ିକ ତିଆରି କରିବେ ସରକାର । କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ମ୍ୟୁନିସପାଲିଟି ଅଞ୍ଚଳ ଗୁଡିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଦେବେ ସରକାର ।

ସେପଟେ ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା କରୁଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
state-government-will-provide-dream-homes-to-the-middle-class | Argus News