Videos
|
Odisha

ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଅଭିଯାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଅଭିଯାନ

ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା ଅନଗ୍ରସରତା ବିରୋଧରେ ହେବ ଜନ ଆନ୍ଦୋଳନ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ଯୋଜନାର ଶୁଭାରମ୍ଭ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଗ୍ରାମ ସଭାରେ ଆଲୋଚନା ହୋଇ ସବୁ ନିଷ୍ପତି ନିଆଯିବ । 2024-25ରୁ ଆରମ୍ଭ ହୋଇ 2028-29 ଯାଏଁ ଯୋଜନା ଚାଲିବ ।


ପ୍ରତିବର୍ଷ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । 5 ବର୍ଷ ପାଇଁ 5 ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଅଧିକ ବୃଦ୍ଧି କରାଯିବ । ରାସ୍ତା କଂକ୍ରିଟ, ପିଚୁ ରାସ୍ତା ତିଆରି ହେବ । ପେଭର ବ୍ଲକ ପଡ଼ିବ । ସେତୁ, କଲଭର୍ଟ ହେବ । କଲ୍ୟାଣ ମଣ୍ଡପ, ମାର୍କେଟ ସେଡ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଁର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥ ଖର୍ଚ୍ଚ ହେବ । ଗାଁରେ କ୍ରୀଡା ଭିତ୍ତିଭୂମି ମଜବୁତ ହେବ । ଗ୍ରାମାଞ୍ଚଳ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ କରାଯିବ । ପ୍ରତି ଯୋଜନା ସର୍ବନିମ୍ନ 3 ଲକ୍ଷ ଟଙ୍କାରୁ ଆରମ୍ଭ ହେବ । ପୂର୍ବ ସରକାର ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ହଜାର ହଜାର ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଛି ।


ତେଣୁ ଯେଉଁ ପ୍ରକଳ୍ପ ଗୁଡ଼ିକ 20 ପ୍ରତିଶତ କାମ ହୋଇଥିବ, ସେଗୁଡିକୁ ମଧ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନରେ ସଂପୂର୍ଣ୍ଣ କରାଯିବ । ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜନୀତିରୁ ଉପରକୁ ଉଠି କାମ କରନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।



State government's big campaign for village development | Argus News