ମଧ୍ୟବିତ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା: ସବସିଡିରେ ରାସନ
·1 year ago

ମଧ୍ୟବିତ୍ତଙ୍କ ପାଇଁ ବିଜେପି ସରକାରଙ୍କ ବଡ଼ ଯୋଜନା। ଏଣିକି ସବସିଡିରେ ପାଇବେ ରାସନ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା, ଦିଲ୍ଲୀ ଓ ଗୁଜରାଟ ଢାଞ୍ଚାରେ ପର୍ଯ୍ୟାୟକ୍ରମେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର। ହିତାଧିକାରୀମାନଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ ।
ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲିବ। ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ। ଏ ନେଇ ହିତାଧୀକାରୀଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ ବୋଲି ମନ୍ତ୍ରୀ କହିଛନ୍ତି।
ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନଗୁଡିକର ସୁଦୃଢ଼ୀକରଣ କରାଯିବ। ଖାଦ୍ୟ ସୁରକ୍ଷା ଦିଗରେ ଆହୁରି ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: