Videos
|
Odisha

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୁଗ୍ଧ ଉତ୍ପାଦନ ବୃଦ୍ଧି  ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ

Key Points

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ
ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ୍
କଟକ ଅରିଲୋ ସ୍ଥିତ ଓମ୍ଫେଡ ପ୍ଲାଣ୍ଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ସିଏମ
୭ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ୨୨ଟି ଦୁଗ୍ଧ ପରିବହନ ଯାନର ଶୁଭାରମ୍ଭ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ଜାତୀୟ ଡାଏରୀ ବିକାଶ ବୋର୍ଡ ମଧ୍ୟରେ MOU ସ୍ବାକ୍ଷର
ବଦଳିଲା ଓମଫେଡର ଲୋଗୋ, ବଦଳିଲା ଡିଜାଇନ

ବଢିବ ଦୁଗ୍ଧ ଚାଷୀଙ୍କ ଆୟ। ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ। କାମଧେନୁ ଯୋଜନା ଅଧୀନରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ପ୍ରୟାସ । କଟକ ଅରିଲୋ ଗୋବିନ୍ଦପୁର ସ୍ଥିତ ଓମଫେଡ ପ୍ଲାଣ୍ଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁଗ୍ଧ ପରିବହନ ପାଇଁ ୭ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ୨୨ ଟି ଯାନର ଶୁଭାରମ୍ଭ ହୋଇଛି। ଏହି ଯାନ ଦ୍ବାରା ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ସିଧାସଳଖ ଓମ୍ଫେଡ ପ୍ଲାଣ୍ଟକୁ ଅଣାଯିବ। ସେହିପରି ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ଟି ଗୁଣ୍ଡଦୁଗ୍ଧ ପ୍ୟାକିଙ୍ଗ ମେସିନର ଶୁଭାରମ୍ଭ କରିଛନ୍ତି ସିଏମ। ଓମଫେଡ ଡ଼ାଏରୀ ପ୍ଲାଣ୍ଟରେ କର୍ମଚାରୀଙ୍କ ରହଣି ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ୬୨ଟି କ୍ୱାର୍ଟରର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଓମଫେଡ ପ୍ଲାଣ୍ଟରେ ଅତ୍ୟାଧୁନିକ ମେସିନ ଦ୍ବାରା ଦୁଗ୍ଧ ପ୍ରକ୍ରିୟାକରଣ, ପନିର, ବଟର, ଘିଅ, ଭଳି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏହି ପ୍ରୟାସକୁ ଆହୁରି ଆଗକୁ ନେଇଛନ୍ତି ସରକାର । ଗୋପାଳନ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ମାଈ ବାଛୁରୀ ପାଳନ ଯୋଜନାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ଘାସ ଚାଷ ପାଇଁ ମଧ୍ୟ ସବସିଡ୍ ଦେଉଛନ୍ତି ସରକାର । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ଏବଂ ଜାତୀୟ ଡ଼ାଏରୀ ବିକାଶ ବୋର୍ଡ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। NDDB ବୋର୍ଡ ମାଧ୍ୟମରେ ରାଜ୍ୟର ଗୋପାଳକଙ୍କୁ ଉନ୍ନତ ମାନର ଗାଈ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଦୀର୍ଦବର୍ଷ ପରେ ବଦଳିଛି ଡିଜାଇଛି, ବଦଳିଛି ଓମଫେଡର ଲୋଗୋ ।

NDDB ସହିତ ହୋଇଥିବା ଚୁକ୍ତିରେ ପ୍ରତିଷ୍ଠା କରାଯିବ ବାୟୋ ଗ୍ୟାସ ପ୍ଲାଣ୍ଟ । ଏହାଦ୍ବାରା ଗୋପାଳକ ମାନେ ଗୋବରରୁ ଗ୍ୟାସ୍ ଉତ୍ପାଦନ କରି ବ୍ୟବ‌ହାର କରିବା ସହ ବଳକା ଗ୍ୟାସ୍ ବିକ୍ରି କରି ହୋଇପାରିବେ ଲାଭବାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
state-governments-efforts-to-increase-milk-production | Argus News