Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାଟମଣ୍ଡପ ଦର୍ଶନ ବ୍ୟବସ୍ଥାକୁ ସହଜ କରିବାକୁ ରାଜ୍ୟ ସରକାରଙ୍କ ଫୋକସ୍

Odisha

ନାଟମଣ୍ଡପ ଦର୍ଶନ ବ୍ୟବସ୍ଥାକୁ ସହଜ କରିବାକୁ ରାଜ୍ୟ ସରକାରଙ୍କ ଫୋକସ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ନାଟମଣ୍ଡପ ଦର୍ଶନ ବ୍ୟବସ୍ଥାକୁ ସହଜ କରିବାକୁ ରାଜ୍ୟ ସରକାରଙ୍କ ଫୋକସ୍

Key Points

ଶ୍ରୀକ୍ଷେତ୍ରରେ ଶୃଙ୍ଖଳିତ ହେବ ନାଟ ମଣ୍ଡପ ଦର୍ଶନ
ସରିଛି ଡିଜାଇନ୍, ପ୍ରସ୍ତୁତ ହୋଇଛି ଷ୍ଟେପ୍ ଓ ରାମ୍ପ୍
ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର
ଖୁବଶୀଘ୍ର ଗଠନ ହେବ ପରିଚାଳନା କମିଟି
ହୁଣ୍ଡି ସ୍ଥାନାନ୍ତର ହୋଇ ଲାଗୁ ହେବ ଦର୍ଶନ ବ୍ୟବସ୍ଥା
ଶିଶୁ, ମହିଳା, ବୟସ୍କ ଦର୍ଶନ ଉପରେ ପ୍ରାଇମ୍ ଫୋକସ୍

ଶ୍ରୀମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାବେଳେ ନାଟମଣ୍ଡପ ଦର୍ଶନ ବ୍ୟବସ୍ଥାକୁ ସହଜ କରିବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସାତପାହାଚଠୁ ନାଟମଣ୍ଡପ ମଧ୍ୟରେ କମ୍ ସମୟରେ କିଭଳି ଅଧିକ ଲୋକଙ୍କୁ ଦିଆଯିବ ଦର୍ଶନ । ସେଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ଏହି ପରିପ୍ରେକ୍ଷୀରେ ପୁରୀ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର । ମୁଖ୍ୟ ପ୍ରଶାସକ, ଉପଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ, ଏସପିଙ୍କ ସହ ବୈଠକ କରିଥିଲେ । ସମୟ ଲାଗିବ, କିନ୍ତୁ ରେଗୁଲେଟେଡ୍ ହେବ ଦର୍ଶନ କହିଛନ୍ତି ପ୍ରକାଶ ମିଶ୍ର । ଶିଶୁ, ମହିଳା, ବୟସ୍କ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବ । ଆଗକୁ ପରିଚାଳନା କମିଟି ଗଠନ ସହ ହୁଣ୍ଡି ସ୍ଥାନାନ୍ତର ହୋଇ ଲାଗୁ ହେବ ଦର୍ଶନ ବ୍ୟବସ୍ଥା ।


ବାହାର କାଠ ଦର୍ଶନ ଅର୍ଥାତ୍ ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ଗତ ବର୍ଷଠାରୁ ଚାଲିଛି ମସୁଧା।ବିଭିନ୍ନ ନିଯୋଗ ସହ କଥାବାର୍ତ୍ତା, ଆଲୋଚନା ଓ ଓବିଶିଶିର ଡିଜାଇନ୍ ପରେ ଚୂଡ଼ାନ୍ତ ହୋଇଥିଲା ରୂପରେଖ।ଭୁବନେଶ୍ୱରରେ ଏନେଇ ସୁଉଚ୍ଚ କାଠ ରାମ୍ପ ଓ ଷ୍ଟେପ ପ୍ରସ୍ତୁତି ସରିଛି । ସେପଟେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଅଧିକ ଲୋକ ଦର୍ଶନ କରିବେ ବୋଲି ଆକଳନ କରାଯାଉଥିଲେ ହେଁ ସେବାୟତ କିନ୍ତୁ ଅମଙ୍ଗ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କ ସ୍ଥିତି ସମୀକ୍ଷା ପରେ ନାଟମଣ୍ଡପ ଦର୍ଶନ ଶୃଙ୍ଖଳା ନେଇ ଦେଖାଦେଇଛି ନୂଆ ଆଶା । ତେବେ ଏହାକୁ ସଫଳ ରୂପାୟନ ପାଇଁ କ'ଣ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି।




Sponsored
State government's focus on simplifying the system of viewing Natamandap | Argus News