Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଓ ରଥଯାତ୍ରା ସୁପରିଚାଳନା ଉପରେ ରାଜ୍ୟ ସରକାରଙ୍କ ଫୋକସ୍

Smruti Parija
Browse all articles by Smruti Parija
·2 years ago·2 min read
ଶ୍ରୀମନ୍ଦିର ଓ ରଥଯାତ୍ରା ସୁପରିଚାଳନା ଉପରେ ରାଜ୍ୟ ସରକାରଙ୍କ ଫୋକସ୍

ଅର୍ଗସ ବ୍ୟୁରୋ: ଅଣଓଡ଼ିଆ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ରଙ୍କ ପଡ଼ିଯିବା ଘଟଣା ପରେ ଏବେ କ୍ଷମା ଦେବା ମୁଡରେ ନାହାନ୍ତି ମୋହନ ସରକାର । ସେଥିପାଇଁ ତ ଅଣଓଡ଼ିଆ ଅଫିସର ବୀର ବିକ୍ରମ ୟାଦବଙ୍କୁ ବିଦା କରି ଏବେ ତାଙ୍କ ସ୍ଥାନରେ ଓଡ଼ିଆ ଅଫିସର ତଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇ ସାରିଥିବା ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଗୁରୁ ଦାୟିତ୍ବ ଦିଆଯାଇଛି । ଆଉ ଏବେ  ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୁରୀରେ ପହଞ୍ଚି ପହଞ୍ଚି ସିଧାସିଧା ଚେତାବନୀ ଶୁଣାଇଛନ୍ତି ଅରବିନ୍ଦ ।

ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଆମ ସଂସ୍କୃତିର ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆଣିବେନି। ଏଥିପାଇଁ ସେବକମାନଙ୍କ ସହଯୋଗ କାମନା କରିବା ସହ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ଏଥିସହ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ସହ ରଥ ଉପରେ ଅଣସେବାୟତଙ୍କ ପ୍ରବେଶ ଓ ମୋବାଇଲ୍ ବ୍ୟବହାର ନ କରିବା ପାଇଁ ସଫାସଫା ଶୁଣାଇଛନ୍ତି ।

ସେପଟେ 14ତାରିଖରେ ଭିତର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଏସଓପି ପ୍ରସ୍ତୁତି ସରିଖି । ଆସନ୍ତାକାଲି ସୁଦ୍ଧା ଏହି ଏସଓପି ଉପରେ ମୋହନ ବାଜିବାର ସମ୍ଭାବନା ରହିଛି । ଚାବିରେ ନ ଖୋଲିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯିବ ତାଲା ଗଣତିମଣତି ପାଇଁ ସ୍ବତନ୍ତ୍ର ବଣିଆ ଚିହ୍ନଟ ହେବେ । ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।  ରତ୍ନ ଭଣ୍ଡାର ଖୋଲିବା ସମୟରେ ପ୍ରତ୍ୟେକଟି ଦିଗକୁ ଡିଜିଟାଲ ଡକୁମେଣ୍ଟେସନ୍ କରିବାକୁ ଉଭୟ ଆଇନମନ୍ତ୍ରୀ ଓ ତଦାରଖ କମିଟି ନିଷ୍ପତ୍ତି ନେଇଛନ୍ତି । 1978 ମସିହାର ରତ୍ନ ଗଣତି ରିପୋର୍ଟ ଆଧାରରେ ରତ୍ନ ଗଣତି ହେବ। ପ୍ରଥମେ ରତ୍ନଭଣ୍ଡାର ଖୋଲାଯିବ, ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଅନ୍ୟାନ୍ୟ ବସ୍ତୁ ବାହାରକୁ ଅଣାଯିବ ଏହା ପରେ ଗଣତିମଣତି କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟାମୋଟି ଦୀର୍ଘବର୍ଷ ପରେ ରତ୍ନ ଭଣ୍ଡାର ଖୋଲୁଥିବାରୁ ରତ୍ନଚୋରି ରହସ୍ୟ ଉପରୁ ମଧ୍ୟ ପରଦା ହଟିପାରେ ବୋଲି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଶା ଉଦଜୀବିତ ହୋଇଛି। ତେଣୁ ଅପେକ୍ଷା ରବିବାରକୁ ।

Sponsored
State Government's focus on temple and rathayatra management | Argus News