Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର

Odisha

ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର

Ritu Das
Browse all articles by Ritu Das
·2 years ago·2 min read
ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ଦୀର୍ଘ ୨୫ବର୍ଷ ଶାସନରେ ମିଛ ପ୍ରଚାର ଓ ପ୍ରତିଶ୍ରୁତି ଶୁଣିଶୁଣି ଅତିଷ୍ଠ ଜନତା । ଭଦ୍ରକ ଜିଲ୍ଲା ଧାମନଗରରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଖୋଲିଲେ ବିଜେଡି ସରକାରର ପୋଲ୍। ନିର୍ବାଚନ ସମୟରେ ବିଜେଡି ନେତାଙ୍କ ପାଦ ପଡ଼େ ଗାଁରେ । ଗରିବଙ୍କୁ ହାତଗୁଞ୍ଜା ମିଳେ ୨ ଶହରୁ ୩ଶହ । ତା'ପରେ ପୁଣି ନିର୍ବାଚନ ଆସିଲେ ନେତାଙ୍କ ଦେଖା ମିଳେ। ବିକାଶର ମିଛ ଡିଣ୍ଡିମ ପିଟୁଥିବା ବିଜେଡି ସରକାରଙ୍କ ପାଖରେ ଧାମନଗର ବ୍ଲକର ଗହୋରିପଡା ଗାଁ ମହିଳାଙ୍କ ପ୍ରଶ୍ନର ଉତ୍ତର ଅଛି ତ ?

ବିକାଶ ଠାରୁ ଅନେକ ଦୂରରେ ଧାମନଗର ବ୍ଲକର କଟସାହି ପଞ୍ଚାୟତ । ନା ଅଛି ଶୌଚାଳୟ, ନା ମୁଣ୍ଡ ଉପରେ ଛାତ । ନାହିଁ ନାହିଁ ଭିତରେ ଦୂଷିତ ପୋଖରୀ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ। ଆଉ ନୁହେଁ, ନିର୍ବାଚନ ସମୟରେ ଟଙ୍କା ଧରିବୁନାହିଁ, ଏ ସରକାରଙ୍କୁ ଆମେ ଉଚିତ୍ ଜବାବ ଦେବୁ ବୋଲି କହିଛନ୍ତି ଗ୍ରାମବାସୀ । 
ପ୍ରତିଶ୍ରୁତି ଦେଇ ଧୋକା ଦେବା ସହ ଦୁର୍ନୀତି କରି ସରକାରୀ ଅର୍ଥ ହରିଲୁଟ କରୁଛନ୍ତି ବିଜେଡି ଦଲାଲ ।

କଟସାହି ପଞ୍ଚାୟତରେ ଦଳ ଭର୍ତ୍ତି ୪ଟି ପୋଖରୀରେ ମାଛ ଚାଷ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଣ୍ଠନ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିନା ଭିତ୍ତିଭୂମି ପରୀକ୍ଷାରେ ମତ୍ସ୍ୟ ସଂପଦ ବିଭାଗ ଓ ମିଶନ ଶକ୍ତି ତରଫରୁ ବିଭିନ୍ନ SSG ଗ୍ରୁପକୁ  ମାଛ ଚାଷ ପାଇଁ ଋଣ ଦିଆଯାଇଛି । କିନ୍ତୁ କେଉଁଠି ମାଛ ଚାଷ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତର 4ଟି ପୋଖରୀରେ ମାଛ ଚାଷ ପାଇଁ ୬ଲକ୍ଷରୁ ଅଧିକ ଅର୍ଥ ଉଠାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେବି ଫଳ ଶୂନ । ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟହଟା ହୋଇଛନ୍ତି ଦୁଇ ତଦନ୍ତକାରୀ ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ଉପନିର୍ବାଚନ ସମୟରେ ମଧ୍ୟ ବିଜେଡି କର୍ମୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଲୋକଙ୍କ ସମସ୍ୟା ଦୂର କରିବା ବଦଳରେ ନୋଟ୍ ଦେଇ ଭୋଟ ନେବାକୁ ଚାହୁଁଥିବା ଦଳକୁ ମିଳିବ କଡ଼ା ଜବାବ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
State governments | Argus News