ଦିଦିଙ୍କ ଆଳୁ ଗେମ୍ କାଉଣ୍ଟର ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ ।
·1 year ago·1 min read

ଅର୍ଗସ ବ୍ୟୁରୋ: ଦିଦିଙ୍କ ଆଳୁ ଗେମ୍ କାଉଣ୍ଟର ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ । ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ମାଗିବେନି ବୋଲି ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଓଡ଼ିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ବଜାରରେ ଦର ବୃଦ୍ଧି ହୋଇନି। ଆଜି ମୁଁ ଆଳୁ କିଣିଛି 30 ଟଙ୍କାରେ । କେଉଁଠି ଚଢା ଦରରେ ବିକ୍ରି କଲେ ଚଢ଼ାଉ କରାଯିବ | ପରିବହନ ଖର୍ଚ୍ଚ ପାଇଁ ଯେମିତି ଦର ରହିବା କଥା ରହିଛି। ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ। କୌଣସି ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: