Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପରାଧ ଓ ଅପରାଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି

Odisha

ଅପରାଧ ଓ ଅପରାଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି

Rashmita Mishra
Browse all articles by Rashmita Mishra
·1 year ago·1 min read
ଅପରାଧ ଓ ଅପରାଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି

ଅପରାଧୀଙ୍କୁ କଡା ଚେତାବନୀ । ସୁଧୁରିଯିବାକୁ କହିଲେ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ । କଟକ ଚୌଦ୍ବାରରେ କମିସନରେଟ୍ ପୋଲିସର ଡବଲ ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଯୁବୁଲା ଓରଫ ଶୁଭ୍ରଜିତ ପରିଡ଼ା ଓ କଟାସ ଓରଫ ସଂଗ୍ରାମ ରାଉତ ପୋଲିସ ଗୁଳିରେ ଆହତ ହୋଇଛନ୍ତି । ଉଭୟ ଅପରାଧ ଘଟେଇବା ପାଇଁ ଯୋଜନା କରୁଥିବା ସମୟରେ ଖବର ପାଇ ଚଢ଼ାଉ କରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଚୌଦ୍ଵାର ଥାନା ପୋଲିସ ଟିମ । ଉଭୟ ଅପରାଧୀ ପୋଲିସ ଉପରେ ପ୍ରଥମେ ଫାୟାରିଂ କରିଥିଲେ।

ପୋଲିସର ଜବାବୀ ଫାୟାରିଂରେ ଉଭୟ ଅପରାଧୀ ଘାଇଲା ହୋଇଛନ୍ତି। ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ ସେମାନଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରିଛି ପୋଲିସ । କଟକ ଓ ଭୁବନେଶ୍ଵରରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରହିଛି। ଜୁବୁଲା ନାଁରେ ୪୯ ଟି ଅପରାଧିକ ମାମଲା ଥିବା ବେଳେ କଟାସ ନାଁରେ ରେ ୧୫ଟି ଅପରାଧିକ ମାମଲା ରହିଛି। ଏହି ଦୁଇ ଅପରାଧୀ ଡକାୟତି, ଚୋରୀ, ରାହଜନୀ, ଲୁଟ, ବମିଂ କରିବା ଭଳି ଅପରାଧ ଘଟାଉଥିଲେ ।

ଜୁବୁଲାର କ୍ରାଇମ୍ ରେକର୍ଡ ବିଭିନ୍ନ ଥାନାରେ ୪୯ଟି ଅପରାଧିକ ମାମଲା ଡକାୟତି, ଚୋରି, ରାହାଜାନୀ, ଲୁଟ୍, ବମିଂ। କମିଶନରେଟ ପୋଲିସ ପାଇଁ ଜୁବୁଲା ଥିଲା ମୋଷ୍ଟ୍ ୱାଣ୍ଟେଡ୍ । ବନ୍ଧୁକ ମୁନରେ ଲୁଟ୍ ପାଟ୍ କରୁଥିଲା ଜୁବୁଲା ।

କଟାସର କ୍ରାଇମ୍ କାରନାମା ବିଭିନ୍ନ ଥାନାରେ ୧୫ଟି ଅପରାଧିକ ମାମଲା । କମିଶନରେଟ ପୋଲିସ ପାଇଁ କଟାସ ମୋଷ୍ଟ୍ ୱାଣ୍ଟେଡ୍ ବନ୍ଧୁକ ମୁନରେ କରୁଥିଲା ଲୁଟ୍ ପାଟ୍, ଡକାୟତି, ଚୋରି, ରାହାଜାନୀ, ଲୁଟ୍, ବମିଂ କରୁଥିଲା କଟାସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
state-governments-zero-tolerance-policy-towards-crime-and-criminals | Argus News