Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - HMPV ଭାଇରସକୁ ନେଇ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Odisha

HMPV ଭାଇରସକୁ ନେଇ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
HMPV ଭାଇରସକୁ ନେଇ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଅର୍ଗସ ବ୍ୟୁରୋ : Hmpv ଭାଇରସକୁ ନେଇ ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଯଥା ଭୟଭୀତ ରୁହନ୍ତୁ ନାହିଁ। ଏହା ନୂଆ ନୁହେଁ। ଅଧିକା ସଚେତନତା ହେବାରୁ ଏହି କେସ ଅଧିକ ଚିହ୍ନଟ ହେଉଛନ୍ତି। ଏହା ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା। ଏହା ଆଗରୁ ରହିଛି। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ରିପୋର୍ଟ ଆସିନାହିଁ। ଯେଉଁ ଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡ ଲାଇନ୍ ଜାରି କରାଯାଇଛି ।


ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡ ଲାଇନ ଜାରି କରାଯାଇନାହିଁ। ଏମ୍ସ ରେ ଟେଷ୍ଟ କରାଯାଉଛି। Ncdc ରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଟେଷ୍ଟି ସେଣ୍ଟର୍ ବାଢ଼ା ଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତରେ ଏହି ଭାଇରସ ରହିଛି। ଏହା ସିଜନାଲ ଭାଇରସ। ଭୟ କରନ୍ତୁ ନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
State health department prepares for HMPV virus | Argus News