Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାପିଦେଇଥିଲେ ନବୀନ ସରକାର, ରି-ଓପନ୍ କରିବେ ମୋହନ ସରକାର

Odisha

ଚାପିଦେଇଥିଲେ ନବୀନ ସରକାର, ରି-ଓପନ୍ କରିବେ ମୋହନ ସରକାର

Smruti Parija
Browse all articles by Smruti Parija
·1 year ago·2 min read
ଚାପିଦେଇଥିଲେ ନବୀନ ସରକାର, ରି-ଓପନ୍ କରିବେ ମୋହନ ସରକାର

Key Points

-ସ୍ବାମୀ ଲକ୍ଷ୍ମଣାନନ୍ଦ-ନବ ଦାସ-ମମିତା ମେହେର
-ଖୋଲିବ ରାଜ୍ୟର ହାଇପ୍ରୋଫାଇଲ୍ ମର୍ଡର କେସର ଫାଇଲ୍
-ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଲେ ଆଇନ ମନ୍ତ୍ରୀ
-ବିଜେଡି ସରକାରରେ ଥିଲା ବ୍ଲାକ୍ ସ୍ପଟ୍, ଘଣ୍ଟ ଘୋଡାଇଥିଲେ ନବୀନ ସରକାର 
-ଚାପିଦେଇଥିଲେ ନବୀନ ସରକାର, ରି-ଓପନ୍ କରିବେ ମୋହନ ସରକାର
-ଆଇନମନ୍ତ୍ରୀଙ୍କ ସୂଚନା ପରେ ଛାନିଆ ବିଜେଡି ନେତା

ଅର୍ଗସ ବ୍ୟୁରୋ: ନବ ଦାସଙ୍କୁ ଫାୟାରିଂ । ଜାନୁୟାରୀ 29, 2023 । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼। ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡକୁ ନେଇ ସ୍ତବ୍ଧ ହୋଇଯାଇଥିଲା ସାରା ରାଜ୍ୟ। ଗୁଳିମାଡ଼ରେ ଚାଲିଗଲା ପଶ୍ଚିମ ଓଡ଼ିଶାର ହେବିୱେଟ୍ ନବ ଦାସଙ୍କ ଜୀବନ। ଗୁଳି ମାରିଥିବା ଅଭିଯୋଗରେ ଗିରଫ ହେଲା ପୋଲିସ ଏଏସଆଇ ଗୋପାଳ ଦାସ। ହେଲେ ଗୋପାଳ କାହିଁକି ମାଲିଲା ନବଙ୍କୁ, ଗୋପାଳ ମୋହରା ଥିଲା କି, ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତାରୁ ହୋଇଥିଲା କି ମଡ୍ରଡ, କୁଆଡେ ଗଲା ଗୁଳି ତମାମ ପ୍ରଶ୍ନ ଉପରୁ ପରଦା ହଟାଇ ପାରିଲାନି କ୍ରାଇମବ୍ରାଞ୍ଚ । ଗପ କହି ଓଡିଶାବାସୀଙ୍କୁ ଭୁଆଁ ବୁଲାଇଲେ। ଗୋପାଳର ପରିବାର ଦାବି କରିଥିଲେ ସିବିଆଇ ତଦନ୍ତ । ଏବେ ଆଇନମନ୍ତ୍ରୀ ବି କହିଲେଣି ଖୋଲିବ ନବ ଦାସଙ୍କ ଫାଇଲ୍ । 

ମମିତା ମେହେରଙ୍କୁ ଜଘନ୍ୟ ହତ୍ୟା


-ଅକଟୋବର 2022ରେ ଜଘନ୍ୟ ହତ୍ୟାର ଶିକାର ହେଲେ ସନସାଇନ ସ୍କୁଲର ପ୍ରିନସପାଲ୍ ମମିତା ମେହେର। ସନ୍ଦେହଘେରକୁ ଆସିଲେ ସେତେବେଳର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ହତ୍ୟା ଅଭିଯୁକ୍ତ ଗୋବିନ୍ଦର ସନ୍ଦେହ ଜନକ ମୃତ୍ୟୁ ହେଲା କଣ୍ଟାବାଞ୍ଝି ଜେଲରେ। ପରିବାର ଲୋକେ ଆଣିଲେ ପ୍ରିପ୍ଲାଡ ମର୍ଡର ଅଭିଯୋଗ। ନବୀନ ସରକାରରେ ମମିତାଙ୍କୁ ମିଳିଲାନି ନ୍ୟାୟ। ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ । 

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା
2008 ଅଗଷ୍ଟ 23 ତାରିଖ

-କନ୍ଧମାଳ ଚକାପାଦରେ ଥିବା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରି ଜଣ ସହଯୋଗୀ ହେଲେ ହତ୍ୟାର ଶିକାର। ଏହାକୁ ନେଇ ଶାନ୍ତିପ୍ରିୟ ଓଡ଼ିଶା ଦେହରେ ଲାଗିଥିଲା ସାମ୍ପ୍ରଦାୟିକ ଦଙ୍ଗାର କଳଙ୍କ। ପ୍ରାୟ ମାସେ ଧରି ଦଙ୍ଗାର ନିଆଁରେ ଛଟପଟ ହୋଇଥିଲା କନ୍ଧମାଳ। ତଦନ୍ତ ପାଇଁ ଦୁଇ ଦୁଇଟି କମିସନ ବସିଲା, ଶହ ଶହ ସତ୍ୟପାଠ ଓ ସାକ୍ଷ୍ୟ ସଂଗ୍ରହ କରାଗଲା। ସ୍ଥିତି ଅଣାୟତ୍ତ ହେବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଥିଲା। 2015ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଶନ। ୟା ଭିତରେ 9 ବର୍ଷ ବିତିଲାଣି। କମିଶନଙ୍କ ରିପୋର୍ଟରେ କଣ ଅଛି ତାହା କେହି ଜାଣିନାହାନ୍ତି। ଯାହାକୁ ନେଇ ବିଜେଡି ସରକାରଙ୍କ ଭୂମିକା ଓ ଉଦ୍ଦେଶ୍ୟ ନେଇ ଉଠିଛି ବଡ଼ ପ୍ରଶ୍ନ । ଏବେ ରିଓପନ୍ ହେବ ହାଇପ୍ରୋଫାଇଲ୍ କେସ୍। ସାମ୍ନାକୁ ଆସିବ ଅପରାଧୀମାନଙ୍କୁ କିଏ ଦେଇଥିଲା ସୁରକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State- Highprofile Murder Case File would-reOpens | Argus News