Videos
|
Odisha

BUFALO / ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ଆକର୍ଷଣ ପାଲଟିଛି ବାହୁବଳୀ ମଈଁଷି 'ସୁରବୀର' ଓ କ୍ଷୁଦ୍ରକାୟ ଗାଈ ‘ପୁଙ୍ଗାନୁର

Bikash Mohanty
Browse all articles by Bikash Mohanty
·6 months ago·2 min read
ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ଆକର୍ଷଣ ପାଲଟିଛି ବାହୁବଳୀ ମଈଁଷି 'ସୁରବୀର' ଓ କ୍ଷୁଦ୍ରକାୟ ଗାଈ ‘ପୁଙ୍ଗାନୁର
BUFALO

Key Points

କଂକ୍ରିଟ୍‌ ସହର ମଧ୍ୟରେ ଗୃହପାଳିତ ପ୍ରାଣୀଙ୍କ ସମାବେଶ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ଆକର୍ଷଣ ବାହୁବଳୀ ମଈଁଷି 'ସୁରବୀର' ଓ ଇନ୍ଦୋର
ବିଶ୍ବର ସବୁଠାରୁ ଛୋଟ ଗାଈ ‘ପୁଙ୍ଗାନୁର’ବି ଆକର୍ଷଣ ପାଲଟିଛି
କଂକ୍ରିଟ୍‌ ସହର ମଧ୍ୟରେ ଗୃହପାଳିତ ପ୍ରାଣୀଙ୍କ ସମାବେଶ । ଭଳିକି ଭଳି ଦେଶୀ, ବିଦେଶୀ ଗାଈ। ସାଇଜ୍‌ ଅନୁଯାୟୀ ଛୋଟ ବଡ଼ ମଇଁଷି। ଯେ କେହି ବି ବୁଲିବାକୁ ଯାଉଛି ଏମାନଙ୍କୁ ଦେଖିବାକୁ ଘଡ଼ିଏ ଅଟକି ଯାଉଛନ୍ତି । ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀଙ୍କୁ ଦେଖିବା ସହ ତାଙ୍କ ସହ ଫଟୋ ଉଠାଇବାକୁ ଭୁଲିଯାଉ ନାହାନ୍ତି। ଏଥିସହ ମନ ଭଳି ସେଲ୍ଫି ଉଠାଉଛନ୍ତି। ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ଆକର୍ଷଣ ପାଲଟିଛି ବାହୁବଳୀ ମଈଁଷି 'ସୁରବୀର' ଓ ଇନ୍ଦୋର । ସୁରବୀର ମଇଁଷି ର ବଜାର ମୂଲ୍ୟ ’ ୫ କୋଟି ହୋଇଥିବା ବେଳେ ଇନ୍ଦର ମଇଁଷି ର ମୂଲ୍ୟ ୪.୫ କୋଟି। ଏହା ଏକ ମୁରାହ ପ୍ରଜାତିର ବିଶାଳକାୟ ମଇଁଷି ଷଣ୍ଢ। ହରିୟାଣା ଅନ୍ତର୍ଗତ କୁରୁକ୍ଷେତ୍ରର କର୍ମବୀର ପ୍ରଜନନ ଫାର୍ମରୁ ଆସିଥିବା ଏହି ଷଣ୍ଢର ଓଜନ ୧୫ କୁଇଣ୍ଟାଲ। ଏହାର ବୟସ ୫ ବର୍ଷ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ରହିଛି। ବିଶାଳକାୟ ‘ସୁରବୀର’ ଏବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କର୍ମବୀର ପ୍ରଜନନ ଫାର୍ମରୁ ଆସିଥିବା ଅନ୍ୟ ଏକ ମଇଁଷି ଷଣ୍ଢ ହେଉଛି ‘ଇନ୍ଦର’। ମୁରାହ ପ୍ରଜାତିର ଏହି ଷଣ୍ଢର ଓଜନ ୧୭ କୁଇଣ୍ଟାଲ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୪.୫ କୋଟି।ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜନତା ମଇଦାନରେ।

ଅନ୍ୟପଟେ ସମସ୍ତଙ୍କର ଦେଖିବା ପାଇଁ ପ୍ରଥମ ପସନ୍ଦ ପାଲଟିଛି ବିଶ୍ବର ସବୁଠାରୁ ଛୋଟ ଗାଈ ‘ପୁଙ୍ଗାନୁର’।ଏହି ଗାଈ ଆନ୍ଧ୍ରପ୍ରଦେଶର ଡେକାନ ଉପତ୍ୟକାର ଚିତ୍ତୁର ଜିଲ୍ଲାର ପୁଙ୍ଗାନୁର ଅଞ୍ଚଳର ହୋଇଥିବା ବେଳେ ବାମନ ପ୍ରଜାତିର ଏହି ଗୋରୁ ବିଶ୍ବର ସବୁଠାରୁ ଅନୁଚ୍ଚ ଗାଈ ମାନ୍ୟତା ପାଇଛି। ଏମାନଙ୍କ ହାରାହାରି ଉଚ୍ଚତା ଦେଢ଼ ଫୁଟରୁ ୨ ଫୁଟ। ଓଜନ ୧୧୫ରୁ ୨୦୦୦ କେଜି ମଧ୍ୟରେ ହେବ। ସମ୍ପୂର୍ଣ୍ଣ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ପ୍ରାୟ ୫୪୦ ଲିଟର କ୍ଷୀର ଦେଇଥାନ୍ତି, ଯେଉଁଥିରେ ଘିଅ ଅଂଶ ୮% ପର୍ଯ୍ୟନ୍ତ ରହିଥାଏ। ଏହି ପ୍ରଜାତିର ଷଣ୍ଢ ଅଧିକ ଶାନ୍ତ ସ୍ବଭାବର। ଦୈନିକ ୫ କେଜିର ଗୋଖାଦ୍ୟ ଗ୍ରହଣ କରିଥାନ୍ତି।

ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ  ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ । ଚଳିତଥର ଥିମ ରହିଛି ‘ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା; ବିକଶିତ ହେବ ଆମ ଓଡ଼ିଶା’ ।
ଏହି ସମାବେଶରେ ପ୍ରତି ବ୍ଲକରୁ ୨୬ ଜଣ ଚାଷୀ, ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଯୋଗଦେଇଛନ୍ତି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BUFALO | BUFALO | State-Level Fisheries and Animal Resources Expo Held in the Capital | Argus News