Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ରାଜ୍ୟ ପାଲିବ ପଞ୍ଚାୟତିରାଜ ଦିବସ

Odisha

ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ରାଜ୍ୟ ପାଲିବ ପଞ୍ଚାୟତିରାଜ ଦିବସ

Rashmita Mishra
Browse all articles by Rashmita Mishra
·1 year ago·2 min read
ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ରାଜ୍ୟ ପାଲିବ ପଞ୍ଚାୟତିରାଜ ଦିବସ

Key Points

ଦେଶର ତାଳରେ ତାଳ ଦେଇ ଆଗେଇବ ଓଡ଼ିଶା
ଦୂର ହେଲା ପଞ୍ଚାୟତିରାଜ ଦିବସରୁ ନେଇ ଥିବା ଦ୍ୱନ୍ଦ
ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ରାଜ୍ୟ ପାଲିବ ପଞ୍ଚାୟତିରାଜ ଦିବସ
ବିଦ୍ଧିବଧ ଘୋଷଣା କଲେ ରାଜ୍ୟ ସରକାର
ଲାର ଦେଶରେ ଏପ୍ରିଲ ୨୪ରେ ପାଳନ ହେଉଛି ପଂତାୟତିରାଜ ଦିବସ
ରାଜନିତୀର ରଙ୍ଗ ଦେବାକୁ ବିଜେଡିର ପ୍ରୟାସ

୨୪ନିର୍ବାଚନରେ ବଦଳିଲା ଶାସନ, ବଦଳିଲା ନିୟମ। ଗୋଟିଏ ଦେଶରେ ଗୋଟିଏ ନିୟମରେ ଆଗକୁ ବଢିବ ରାଜ୍ୟ । ଏପ୍ରିଲ 24ରେ ପଂଚାୟତିରାଜ ଦିବସ ପାଳନ ନେଇ ସରକାରଙ୍କ ନିଷ୍ପତି ପରେ ଚିହିଁକି ଉଠିଛି ବିଜେଡି। ବରିଷ୍ଟ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କୁ ଅପମାନ। ସରକାର ହିନ ମାନ୍ୟତାର ପରିଚୟ ଦେଲେ। ବିଜୁବାବୁଙ୍କ ଅସ୍ଥିତ୍ୱକୁ ଲୁଚାଇବାକୁ ପ୍ରୟାସ ହେଉଥିବା ରଣେନ୍ଦ୍ର କହିଥିବା ବେଳେ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ଠିକ୍ ନୁହେଁ। ସରକାର ବିଚାର କରନ୍ତୁ ।


ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନକୁ ନେଇ ବିରୋଧୀଙ୍କ ମନ୍ତବ୍ୟକୁ କଟାକ୍ଷ କରିବା ସହ ସ୍ୱାଧୀନତା କି ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳିବା କି ପ୍ରଶ୍ନ କରି ବିଜେଡିକୁ କାଠଗଡାରେ ଠିଆ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ସୁରେଶ କହିଛନ୍ତି ବିଜୁବାବୁ ଓଡ଼ିଶାର ବରପୁତ୍ର । ସେ ବିଜେଡିର ସମ୍ପତ୍ତି ନଥିଲେ, ଜାତୀୟ ସମ୍ପତ୍ତି ଥିଲେ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରଲି ୨୪ରେ ପାଳିତ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ କାହିଁକି ଏହି ଦିନରେ ରାଜ୍ୟରେ ପାଳନ କରିନାହିଁ । ତେଣୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସକୁ ପାଳନ କରିବେ ସରକାର । ପଞ୍ଚାୟତିରାଜ ଦିବସ ପାଳନ ହେଉଥିବାରୁ ଛୁଟି ରହୁଥିଲା ଆଉ ଛୁଟି କାହିଁକି ରହିବ ।


ଦେଶ ଗୋଟେ କିନ୍ତୁ ରାଜ୍ୟରେ ଆଉ ଗୋଟେ ନିୟମ କରି ୨୪ବର୍ଷ ଶାସନ ଚଳାଇଥିଲା ବିଜେଡି । ସେଥିରେ ଲାଗିଲା ବ୍ରେକ୍ । ଦେଶ ପାଳୁଥିବା ଦିନରେ ଓଡି଼ଶା ପାଳିବ ପଞ୍ଚାୟତିରାଜ ଦିବସ । ରହିବନି ଭେଦଭାବ । ବିଜୁଙ୍କ ଜନ୍ମ ଜୟନ୍ତୀ ବଦଳରେ ଏପ୍ରିଲ ୨୪ରେ ରାଜ୍ୟ ପାଳିବ ଜାତୀୟ ପଞ୍ଚାୟତିରାଜ ଦିବସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State Panchayati Raj Day is on April 24, not March 5 | Argus News