ଅପରେସନ୍ ଗ୍ରୀନ୍ କ୍ଲିନ୍ରେ ରାଜ୍ୟ ପୋଲିସକୁ ବଡ଼ ସଫଳତା

ଅପରେସନ୍ ଗ୍ରୀନ୍ କ୍ଲିନ୍ରେ କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା। କନ୍ଧମାଳ ଜିଲ୍ଲାରୁ 10 ହଜାର 852 କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ। ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ରାଜ୍ୟ ପୋଲିସର ଜୋରଦାର ଅପରେସନ୍ ।
ଅପରେସନ୍ ଗ୍ରୀନ୍ କ୍ଲିନ୍ରେ ରାଜ୍ୟ ପୋଲିସକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ପ୍ରାୟ 10 ହଜାର 852 କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
📱 Get Argus News App
✨ପ୍ରଥମ ଥର ପାଇଁ ପୋଲିସ ଏକକାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି । କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ଏହି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ନିଶା ବେପାରୀ ମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଗଞ୍ଜେଇ ରଖି ଚୋରା ଚାଲାଣ କରୁଥିଲେ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ ।