Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀପାଳିଙ୍କ ପାଇଁ ମନମାନି କରୁଥିଲା ବେଦାନ୍ତ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦୀପାଳିଙ୍କ ପାଇଁ ମନମାନି କରୁଥିଲା ବେଦାନ୍ତ !

Key Points

  • ବେଦାନ୍ତକୁ ମହଙ୍ଗା ପଡ଼ିଲା ମନଇଚ୍ଛା ପାଉଁଶ ପକାଇବା
  • ୭୧ କୋଟିର ଗଣିବ ତଣ୍ଡ

ଅର୍ଗସ ବ୍ୟୁରୋ : ପାଉଁଶ ପକାଇ ଫଶିଗଲା ବେଦାନ୍ତ । ଲକ୍ଷେ କି କୋଟି ନୁହେଁ ବରଂ ୭୧ କୋଟି ଟଙ୍କାର ଫାଇନ ପଡିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ମନଇଚ୍ଛା ଜନବସତି ନିକଟରେ ପାଉଁଶ ଡମ୍ପିଂ କରିବାରୁ ଲାଗିଛି ୭୧ କୋଟି ୧୬ ଲକ୍ଷର  ଫାଇନ୍ । କାରଣ ବେଦାନ୍ତ ଆଲୁମିନିୟମ୍‌ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି । କୁହାଯାଉଛି, ବେଦାନ୍ତଙ୍କୁ ଅତ୍ୟଧିକ ଅନୁକମ୍ପା ଦେଖାଇଥିଲେ ଦୀପାଳି ଦାସ ଓ ତାଙ୍କ ପରିବାର । ବାସ୍‌ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ମନମାନି କରୁଥିଲା ବେଦାନ୍ତ । ହେଲେ ଏବେ ରାଜ୍ୟ ପ୍ରଦୂଷଣ ବୋର୍ଡ ବେଦାନ୍ତଙ୍କୁ ଦେଇଛନ୍ତି ଶକ୍ତ ଝଟକା ।

ବେଦାନ୍ତକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କାରଣ ଜନବସତିରେ ମନଇଚ୍ଛା ପାଉଁଶ ଢାଳି ଏବେ ଚର୍ଚ୍ଚାକୁ ଆସିଛି । କାରଣ ମନଇଚ୍ଛା ଜନବସତି ନିକଟରେ ପାଉଁଶ ଡମ୍ପିଂ କରିବାରୁ ଲାଗିଛି ୭୧.୧୬ କୋଟିର ଫାଇନ୍ । ସୂଚନା ଅନୁସାରେ , କେବଳ ଗୋଟିଏ ଜିଲ୍ଲା ନୁହେଁ ବରଂ ବେଦାନ୍ତ ଆଲୁମିନିୟମ୍‌ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ଆସିଥିଲା, ଅଭିଯୋଗର ତଦନ୍ତ କରିବା ସହ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ଏଥି ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମ୍‌କୁ ପରି‌ବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ବେଆଇନ୍‌ ପାଉଁଶ ଡମ୍ପିଂ ଯୋଗୁ କାହିଁକି ବେଦାନ୍ତର କନ୍‌ସେଣ୍ଟ ଟୁ ଅପରେଟ୍‌ ଅନୁମତି ପ୍ରତ୍ୟାହାର କରା ନ ଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ? ସେନେଇ ବି କାରଣ ଦର୍ଶାଇ ନୋଟିସ ଜାରି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଏ ଆଜି କି କାଲିର କଥା ନୁହେଁ ବରଂ ବର୍ଷବର୍ଷ ଧରି ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିଲେ ପୂର୍ବତନ ମନ୍ତ୍ରୀ ନବ ଦାସ । ଠିକ୍‌ ସେହି ଢଙ୍ଗରେ ଦୀପାଳି ବି କୁଆଡ଼େ ଦେଖାଉଥିଲେ ଅନୁକମ୍ପା । ଯାହାର ଭରପୁର ଫାଇଦା ଉଠାଇଛି ବେଦାନ୍ତ । ନଜର ପକାନ୍ତୁ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଲୀ ଦାସଙ୍କ ସତ୍ୟପାଠ ଉପରେ । ବେଦାନ୍ତ ଆସ୍ ଉଠାଣ ଓ ଟ୍ରାନସପୋର୍ଟର କଣ୍ଟ୍ରାକ୍ଟରେ ରହିଛି ଦିପାଲୀଙ୍କ ମାଆ ମୀନତି ଦାସଙ୍କ ନାଁରେ। ଅଭିଯୋଗ ହେଉଛି ବର୍ଷକୁ ଶହ ଶହ କୋଟିର ମୁନାଫା ଏଇ ବିଜନେସରୁ । ନବ ଦାସଙ୍କ ମୃତ୍ୟୁ ପରେ ଏଇ ଆସ୍ ବେପାରକୁ ନେଇ ମୁହାଁମୁହିଁ ହୋଇଥିଲେ ସୁଶାନ୍ତ ସିଂହଙ୍କ ସମର୍ଥକ ଓ ଦିପାଲୀଙ୍କ ସମର୍ଥକ । ଏବେ ବେଦାନ୍ତ ଆସକୁ ନେଇ ପୁଣି ବିବାଦରେ ଦିପାଲୀ।  ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍‌ ମଧ୍ୟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବେଦାନ୍ତକୁ ପ୍ରଦୁଷଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏବେ ଦେଖିହବାକୁ ବାକି ରହିଲା ଆକ୍ସନ କେବେ ହେଉଛି ?

(ଝାରସୁଗୁଡାରୁ ରବିନାରାୟଣ ସାହୁଙ୍କ ରିପୋର୍ଟ)

Sponsored
State Pollution Control Board | Argus News