Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

TOBACO / ତମାଖୁ ଓ ନିକୋଟିନ୍‌ ଉତ୍ପାଦ ବ୍ୟ୍ୟାନ କଳା ବଜାରୀ କିନ୍ତୁ ମାଲେମାଲ

Bikash Mohanty
Browse all articles by Bikash Mohanty
·5 months ago·2 min read
ତମାଖୁ ଓ ନିକୋଟିନ୍‌ ଉତ୍ପାଦ ବ୍ୟ୍ୟାନ  କଳା ବଜାରୀ କିନ୍ତୁ ମାଲେମାଲ
TOBACO

Key Points

ରାଜ୍ୟରେ ତମାଖୁ ଓ ନିକୋଟିନ୍‌ ଉତ୍ପାଦ ବ୍ୟ୍ୟାନ
କଳାବଜାରୀ ମାଲେମାଲ
ଅବମାନନା କଲେ ହେବ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାରଙ୍କ ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇବା ପରେ ରାଜ୍ୟର ବିଭିନ୍ନ ସହରରେ ତମାଖୁ ପଦାର୍ଥ ଉଭାନ୍ ହୋଇ ଯାଇଛି। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ବଜାରରେ । ଦରରେ ଏହାକୁ ବିକ୍ରି କରି ମାଲାମାଲ ହେଉଥିବା ଦେଖିବାକୁ ମିଳୁଛି । ସରକାରଙ୍କ ନିଷ୍ପତ୍ତିକୁ ଅବମାନନା କରୁଥିବା ନଜରକୁ ଆସିଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟର ବିଭିନ୍ନ ସହରରେ ଦୋକାନ ଗୁଡ଼ିକରେ ପୁଡ଼ିଆ ଠାରୁ ଆରମ୍ଭ କରି ଖଇନି, ନାଶ ଆଦି ସାମଗ୍ରୀର କଳାବଜାର ଜୋରସୋରରେ ଚାଲୁଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ବ୍ୟାନ୍ ନିଷ୍ପତ୍ତ ପରେ ଫଳରେ ଖୁଚୁରା ଦୋକାନରେ ପୂର୍ବରୁ ୫ଟଙ୍କାରେ ବିକ୍ରି ହେଉଥିବା ପୁଡ଼ିଆ ଠାରୁ ଆରମ୍ଭ କରି ଗୁଟ୍‌ଖା ସାମଗ୍ରୀ ୭ ଟଙ୍କାକୁ ବଢ଼ି ଯାଇଛି ।  ଦିନସାରା ଏହିପରି ବେପାର ଚାଲିଥିଲେ ମଧ୍ୟ ପୁଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଉନଥିବା ଅନେକ ଲୋକଙ୍କୁ ଚକିତ କରୁଛି। ସରକାରଙ୍କ ପୂର୍ବ ନିଷ୍ପତ୍ତି କ୍ରମେ ପାନମସଲା ଓ ଜର୍ଦ୍ଦାକୁ ଅଲଗା ପ୍ୟାକେଟ୍ କରି ବିକ୍ରି କରାଯାଉଥିଲା। କିନ୍ତୁ ବର୍ତମାନ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ନିଷ୍ପତ୍ତ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ରହିଲା।
   
ଗତ ୨୧ ତାରିଖରେ ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ। ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଥିଲେ। 

୨୦୧୩ ମସିହାରେ ରାଜ୍ୟରେ ଗୁଟ୍‌ଟ୍କା ନିଷିଦ୍ଧ ଘୋଷଣା ପରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ । ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ | ସେହିପରି ଖାଦ୍ୟ ସୁରକ୍ଷା ଓ ମାନକ (ନିଷିଦ୍ଧ ଓ ବିକ୍ରି କଟକଣା) ନିୟନ୍ତ୍ରଣ, ୨୦୧୧ ଆଇନରେ ତମାଖୁ ଓ ନିକୋଟିନ୍‌ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ କଟକଣା ଲଗାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TOBACO | TOBACO | Illegal Sale of Tobacco Products Continues Despite State Government Ban | Argus News