Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Old Vehicle / ଅଣସ୍ବୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ବ୍ୟବହୃତ ଗାଡ଼ି କିଣାବିକା କରନ୍ତୁ ନାହିଁ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅଣସ୍ବୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ବ୍ୟବହୃତ ଗାଡ଼ି କିଣାବିକା କରନ୍ତୁ ନାହିଁ
Old Vehicle

Key Points

ପୁରୁଣା ଗାଡ଼ି କିଣିଲା ବେଳେ ସାବଧାନ
ଅଣସ୍ବୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ବ୍ୟବହୃତ ଗାଡ଼ି କିଣାବିକା କରନ୍ତୁ ନାହିଁ
ସତର୍କବାଣୀ ଦେଲା ରାଜ୍ୟ ପରିବହନ ପ୍ରାଧିକରଣ

ମୋଟରଯାନ କିଣାବିକା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଦେଲା ସତର୍କବାଣୀ। ଅଣସ୍ବୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ବ୍ୟବହୃତ ଗାଡ଼ି କିଣାବିକା ନ କରିବାକୁ ପରାମର୍ଶ ଦେଲା ରାଜ୍ୟ ପରିବହନ ପ୍ରାଧିକରଣ ।

ବ୍ୟବହୃତ କିମ୍ବା ପୁରୁଣା ଯାନବାହନ କିଣାବିକା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବଢ଼ୁଥିବା ଏହି ଚାହିଦାକୁ ଦୃଷ୍ଟିରେ ରଖି କ୍ରେତା ଓ ବିକ୍ରେତା ଉଭୟଙ୍କ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି। ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବ୍ୟବହୃତ ଗାଡ଼ି ବିକ୍ରି କିମ୍ବା କ୍ରୟ ଯେଉଁ ଡିଲରଙ୍କ ମାଧ୍ୟମରେ କରାଯାଉଛି, ଉକ୍ତ ଡିଲର ପରିବହନ ବିଭାଗ ଦ୍ବାରା ଆଇନ ସ୍ଵୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ। ବିନା ସ୍ବୀକୃତିରେ କୌଣସି ଡିଲର ଯାନବାହନ କିଣାବିକା କରିବା ମୋଟର ଯାନ ଅନୁଯାୟୀ ବେଆଇନ ଗାଡ଼ି ବିକ୍ରି ପାଇଁ ଡିଲରଙ୍କୁ ଦେବା ସମୟରେ ଡିଲରଙ୍କ ନାମରେ ଡିମ୍‌ଡ ଓନର୍‌ସିପ୍ ହେବା ଆବଶ୍ୟକ। ଏହା ଗାଡ଼ି ବିକ୍ରି ଅବଧିରେ ଗାଡ଼ି ବିକ୍ରେତାଙ୍କୁ ତାଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ଘଟୁଥିବା କୌଣସି ଅଘଟଣ ପାଇଁ ମୂଳ ଏପରିକି ଠକେଇ ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସି ଆସିଲେ ତଦନ୍ତ ପ୍ରକ୍ରିୟାରେ ସହାୟକ ହୁଏ। ସେହିପରି ବ୍ୟବହୃତ ଗାଡ଼ି କିଣିବା ବେଳେ ସମ୍ପୃକ୍ତ ଡିଲର ପରିବହନ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ କି ନୁହେଁ, ନିଶ୍ଚୟ ଯାଞ୍ଚ କରିବାକୁ ଏସ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରିବହନ ବିଭାଗର ବାହନ ପୋର୍ଟାଲରେ ପ୍ରତି ଆର୍‌ଟିଓ ଅଧୀନରେ ସ୍ବୀକୃତିପ୍ରାପ୍ତ ଡିଲରଙ୍କ ତାଲିକା ଉପଲବ୍ଧ ରହିଛି ।

ଏହାସହ ସହ ପୁରୁଣା ଗାଡ଼ିର ମାଲିକାନା ହସ୍ତାନ୍ତର, ନୂଆ ଗାଡ଼ି ପଞ୍ଜୀକରଣ, ପୁନଃପଞ୍ଜୀକରଣ ସହିତ ସମସ୍ତ ପରିବହନ ସେବା ପାଇଁ କେବେ ମଧ୍ୟ କୌଣସି ଦଲାଲ କିମ୍ବା ଏଜେଣ୍ଟଙ୍କୁ ବେଆଇନ ଭାବେ ଟଙ୍କା ନଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ଠକାମିର ଶିକାର ହେଲେ ପୁଲିସ କିମ୍ବା ଆର୍‌ଟିଓରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି। ଯାନବାହନ କିଣାବିକା କାର୍ଯ୍ୟରେ ନିଯୁକ୍ତ ଡିଲରମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ ଏସ୍‌ଟିଏ ପକ୍ଷରୁ ସତର୍କ କରାଯାଇଛି। କୌଣସି ଡିଲର ନିୟମ ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ଏସ୍‌ଟିଏ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ ରାଜ୍ୟର ବଢି ଚାଲିଛି ପୁରୁଣା ଗାଡ଼ି ବିକ୍ରିର ବ୍ୟବସାୟ। କିଛି ଅସାଧୁ ବ୍ୟବସାୟୀ ପୁରୁଣା ଗାଡ଼ି ମାଧ୍ୟମରେ ଗ୍ରାହକଙ୍କୁ ଠକିବାର ଅନେକ ଅଭିଯୋଗ ଆସୁଛି। ରାଜ୍ୟ ପରିବହନ ପ୍ରାଧିକରଣର ସତର୍କବାଣୀ ଦ୍ବାରା ଗ୍ରହକ ଆଉ ଠକାମିର ଶୀକାର ହେବେନାହିଁ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Old Vehicle | STA Warns Against Buying or Selling Used Vehicles via Unauthorized Dealers | Argus News