ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ ଉଦଘାଟିତ
·1 year ago·1 min read

Key Points
ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ ଉଦଘାଟିତ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କଟକ: ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ ଉଦଘାଟିତ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ ହେବ। ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟରେ ଦେଖି ହେବ, ବୁଝିହେବ ଏବଂ ଶୁଣିବି ହେବ। ଅଭିଲେଖାଗାରରେ ୧୮ ଶହ ୪ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତି ଉପସ୍ଥିତ ରହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: