Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

Key Points

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ
ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ
୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ
ଆନ୍ଦୋଳନରେ ସାମିଲ ହେବନି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଟ୍ୟାକ୍ସି ଆସୋସିଏସନ୍

ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ । ଏନେଇ ସୋମବାର ଓଡ଼ିଶା ଡ୍ରାଇଭର ମହାସଂଘ ସୂଚନା ଦେଇଥିଲା । ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେନି । ସେପଟେ ଝାରସୁଗୁଡାରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହେବନି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଟ୍ୟାକ୍ସି ଆସୋସିଏସନ୍ । ତେଣୁ ଝାରସୁଗୁଡା ପୋଲିସ ଠାରୁ ସୁରକ୍ଷା ଦାବି କରିଛି ସଂଘ ।


କାରଣ ନିର୍ଦ୍ଧିଷ୍ଟ ଡ୍ରାଇଭର ସଂଘ ଶସ୍ତା ରାଜନୀତି, ଆତ୍ମ ପ୍ରଚାର ଓ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ନିମନ୍ତେ ଡ୍ରାଇଭର ଭାଇମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ, ଭଣ୍ଡେଇ ତାଙ୍କର ମାସିକ ପେନସନ ସୁବିଧା ଭଳି ମିଥ୍ୟା ଭେଳିକି କରି ବାରମ୍ଵାର ରାଜରାସ୍ତାକୁ ଆଣୁଛନ୍ତି I ଯେଉଁ ମାନେ ବିଗତ ଦିନରେ ତାଙ୍କର ଆନ୍ଦୋଳନରେ ସାମିଲ ନ ଥିଲେ କି ବର୍ତମାନ ସାମିଲ ହେବେ ନାହଁ, ତାଙ୍କୁ ଡରେଇ ଧମକାଇ କଙ୍ଗାରୁ କୋର୍ଟ ଜରିଆରେ ଦଣ୍ଡ ବିଧାନ ବ୍ୟବସ୍ଥାକୁ ଆମ୍ଭେ ଘୋର ନିନ୍ଦା କରୁଛୁ ବୋଲି ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Statewide drivers' union steering waiver movement from today | Argus News