Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ସ୍କୁଲ ସ୍ତରରେ NEP ଲାଗୁ ପାଇଁ ଗଠନ ହେଲା ଷ୍ଟିଅରିଂ କମିଟି

Smruti Parija
Browse all articles by Smruti Parija
·1 year ago·2 min read
ରାଜ୍ୟରେ ସ୍କୁଲ ସ୍ତରରେ NEP ଲାଗୁ ପାଇଁ ଗଠନ ହେଲା ଷ୍ଟିଅରିଂ କମିଟି

Key Points

ରାଜ୍ୟରେ ସ୍କୁଲ ସ୍ତରରେ NEP ଲାଗୁ ପାଇଁ ଗଠନ ହେଲା ଷ୍ଟିଅରିଂ କମିଟି
NEP ଲାଗୁ ପୂର୍ବରୁ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ଆରମ୍ଭ କଲେ ପ୍ରସ୍ତୁତି
ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ବାଲବାଟିକା ୩ର ହେବ ଶୁଭାରମ୍ଭ
ପରବର୍ତ୍ତୀ ବର୍ଷରେ ପର୍ଯ୍ୟାୟକ୍ରମେ ଅନ୍ୟ ଶ୍ରେଣୀଗୁଡ଼ିକୁ କରାଯିବ ଆରମ୍ଭ
ପୁସ୍ତକ ଭିତ୍ତିକ ବଦଳରେ ସ୍କୁଲ ପାଠକ୍ରମ ହେବ ପ୍ରାକ୍ଟିକାଲ ଭିତ୍ତିକ
ମାତୃଭାଷାକୁ ଦିଆଯିବ ଜୋର, ଶେଷ ହେବ ଇଂରାଜୀର ଆଧିପତ୍ୟ

ଅର୍ଗସ ବ୍ୟୁରୋ: ଉଚ୍ଚ ଶିକ୍ଷା ପରେ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ତତ୍ପର ରାଜ୍ୟ ସରକାର । ଏନଇପିକୁ ରାଜ୍ୟରେ ଲାଗୁ କରିବା ପାଇଁ ଏକ ଷ୍ଟିଅରିଂ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୧୬ ଜଣ ସଦସ୍ୟ ଅଛନ୍ତି । ଆସନ୍ତା ୨୧ ତାରିଖରେ ଅନଇପି ଲାଗୁ କରିବା ନେଇ ଲୋକସେବା ଭବନରେ ଆଲୋଚନା । ୨୨ ଏବଂ ୨୩ରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ହେବ ବୈଠକ। ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ NEP। ପ୍ରଥମେ ବଲବଟିକା ୩ରୁ ଏହା କାର୍ଯ୍ୟକାରୀ ହେବ ପରବର୍ତୀ ବର୍ଷଗୁଡ଼ିକରେ ବଲବଟିକା 1 ଓ ଦୁଇରେ ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର।


ଶିକ୍ଷାନୀତି ଲାଗୁ ପୁର୍ବରୁ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିସହ ଡିଜିଟାଲ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଓଡ଼ିଆ ଭାଷା, କଳା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ଵ ଦିଆଯିବ। NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ସରକାର। ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଗରିବ ବିଦ୍ୟାର୍ଥୀଙ୍କୁ ଦିଆଯିବ ଆର୍ଥିକ ପ୍ରୋତ୍ସାହନ। ନବମ ଓ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ନାମ ଲେଖାଇଲେ ଏହି ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ପଠେଇବେ ରାଜ୍ୟ ସରକାର। ସେହିପରି PM ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ MOU ସ୍ଵାକ୍ଷର ହୋଇସାରିଥିବା ବେଳେ ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟାରେ 350ଟି ସ୍କୁଲ ମିଳିଛି। ଏହି ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଶିକ୍ଷକ ଅଭାବ ଦୂର କରିବାକୁ TGT, PGT ଶିକ୍ଷକ ମାନଙ୍କୁ ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । 16 ହଜାର9 କନିଷ୍ଠ ଶିକ୍ଷକ ନିଯୁକ୍ତି ଦେଇଛନ୍ତି ସରକାର। ଆଗାମୀ ଶିକ୍ଷା ବର୍ଷରୁ ଏନଇପି ଲାଗୁ କରାଗଲେ ସେଥିପାଇଁ NCERT ପ୍ରସ୍ତୁତ ଅଛି। ଓଡ଼ିଆ ଭାଷାରେ ବହି ଅନୁବାଦ କରାଯାଇପାରିବ ବୋଲି ଏନସିଇଆରଟି ପକ୍ଷରୁ କୁହାଯାଇଛି ।

Sponsored
Steering committee formed for implementation of NEP at school level in the state | Argus News