ରାଜ୍ୟରେ ପାନୀୟ ଜଳ ସମସ୍ୟା ପାଇଁ ନିଆଯାଉଛି ପଦକ୍ଷେପ
·1 year ago

ରାଜ୍ୟରେ ପାନୀୟ ଜଳ ସମସ୍ୟା ପାଇଁ ନିଆଯାଉଛି ପଦକ୍ଷେପ। ଚଳିତବର୍ଷ ୨୧ ହଜାର ୩୦୦ ନଳକୂପ ବିଭିନ୍ନ ଜ଼ିଲ୍ଲାକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ସୁଧା ଚାରି ହଜାର ନଳକୂପ ବସିସାରିଛି। ଯନ୍ତ୍ରାଶଂ କମ ରହିଥିବାରୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଯେଉଁଠି ପାନୀୟ ଜଳ ସମସ୍ୟା ଅଛି ସେହି ଅଂଚଳରେ ଲୋକେ ବ୍ଲକ ଅଫିସ ଯାଇ ସମସ୍ୟା କହିଲେ ତୁରନ୍ତ ସମାଧାନ କରାଯିବ ବୋଲି କହିଛିନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।
ପୂର୍ବରୁ ବିଜେଡି ସରକାର ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱ ଦେଉନଥିଲେ। ଆମ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବଡ ବଡ କଥା କହି ଲୋକଙ୍କୁ ଠକୁଥିଲେ ବିଜେଡି ସରକାର। ଯାହା ଫଳରେ ସାଧାରଣ ଜନତା ହଇରାଣ ହେଉଥିଲେ। ପାଣି ପାଇଁ ଡହଳବିକଳ ହେଉଥିଲେ।ବର୍ତ୍ତମାନ ରାଜ୍ୟରେ ୨୧ ହଜାର ୩୦୦ ନଳକୂପ ବିଭିନ୍ନ ଜ଼ିଲ୍ଲାକୁ ଅନୁମୋଦନ କରାଯାଇଛି। ଯାହା ଦ୍ୱାରା ଉପକୃତ ହେବେ ଗ୍ରାମବାସୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: