Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦେକ୍ଷପ 

Smruti Parija
Browse all articles by Smruti Parija
·2 years ago
ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦେକ୍ଷପ 

ପୁରୀ: ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦେକ୍ଷପ । ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ଜଗିବେ ୨ ଜଣ ଲେଖାଏଁ ପ୍ରତିହାରୀ ସେବକ । ପ୍ରଥମ ପର୍ଯ୍ୟାୟରେ ସକାଳେ ଦୁଇ ଜଣ ଓ ସନ୍ଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତ ମୁତୟନ ହେବେ । ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ବାରରେ ପ୍ରତିହାରୀ ସେବକ ଜଗିବେ । ଏନେଇ ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର ସୂଚନା ଦେଇଛନ୍ତି ।

ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭାଙ୍ଗି ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ସାମନାକୁ ଆସୁଛି । ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି । କିନ୍ତୁ ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ।

କେଉଁ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ ବିଦେଶୀ ? 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Steps taken to prevent entry of non-Hindus into the-puri temple | Argus News