Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଳ ଘରେ ଚାଲିଥିଲା ବେଆଇନ୍ ବନ୍ଧୁକ କାରଖାନା; ୪ ଜଣଙ୍କୁ ଗିରଫ କଲା STF

Odisha

ଚାଳ ଘରେ ଚାଲିଥିଲା ବେଆଇନ୍ ବନ୍ଧୁକ କାରଖାନା; ୪ ଜଣଙ୍କୁ ଗିରଫ କଲା STF

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚାଳ ଘରେ ଚାଲିଥିଲା ବେଆଇନ୍ ବନ୍ଧୁକ କାରଖାନା; ୪ ଜଣଙ୍କୁ ଗିରଫ କଲା STF

କଟକ: ବାଉନ ବଜାର, ତେପନ ଗଳିର ସହରରେ ବନ୍ଧୁକ କାରଖାନା । ବେଆଇନ୍ ଭାବେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଥିଲା ବନ୍ଧୁକ ତିଆରି । ୪୨ ମୌଜା ଧୂଳିଶ୍ଵର ଗାଁରେ ଚାଲିଥିବା ବନ୍ଧୁକ କାରଖାନା ଠାବ କରିଛି କ୍ରାଇମବ୍ରାଞ୍ଚ STF ଟିମ୍ ।


ଧୂଳିଶ୍ଵର ଗାଁରେ ଏସ୍‌ଟିଏଫ୍ ଟିମ୍ ଚଢ଼ାଉ କରି ବନ୍ଧୁକ କାରାଖାନା ମାଲିକଙ୍କ ସହ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି । ବନ୍ଧୁକ ନିର୍ମାଣରେ ଓଡ଼ିଆଙ୍କ ସହ ବିହାର ମୁଙ୍ଗେରର କିଛି ବ୍ୟକ୍ତି ମଧ୍ୟ ସାମିଲ୍ ଥିଲେ । ଦିନକୁ ୨ଟି ବନ୍ଧୁକ ସେଠାରେ ତିଆରି କରୁଥିଲେ ବୋଲି ଜଣାପଡ଼ିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହାକୁ ଯେମିତି କିଛି ଜଣା ନ ପଡ଼ିବ ସେଥିପାଇଁ ଚାଳ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଦିନକୁ ୨ଟି ଲେଖାଏଁ ହିସାବରେ ମାସକୁ ଏଠାରେ ପ୍ରସ୍ତୁତ ହେଉଥିଲା ପ୍ରାୟ ୬୦ ବନ୍ଧୁକ । ଏସଟିଏଫ୍ ଚଢ଼ାଉ କରିବା ପରେ ୩୦ଟି ବନ୍ଧୁକ ଜବତ କରିଥିବା ବେଳେ ବିପୁଳ ପରିମାଣର କଞ୍ଚାମାଲ ମଧ୍ୟ ମିଳିଛି ।


ତେବେ କଟକରେ ତିଆରି ହେଉଥିବା ବନ୍ଧୁକ କେଉଁ ଆଡ଼େ ଚାଲାଣ ହେଉଥିଲା ? କେବଳ ଓଡ଼ିଶା ଭିତରେ ନା ବାହାର ରାଜ୍ୟକୁ ବି ଲମ୍ବିଛି ଏହି ବେଆଇନ୍ ବନ୍ଧୁକ କାରବାର ? ବନ୍ଧୁକ ତିଆରିରେ କେବଳ ବିହାରୀ ନା ଅନ୍ୟ ରାଜ୍ୟର ଲୋକ ବି ଏଥିରେ ସାମିଲ୍ ଅଛନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଏସ୍‌ଟିଏଫ୍ ।

Sponsored
STF Busted Illegal Gun Factory In Cuttack, 4 Arrested | Argus News