Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ,ଏକ କୋଟିର ଗଞ୍ଜେଇ ଜବତ

Odisha

ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ,ଏକ କୋଟିର ଗଞ୍ଜେଇ ଜବତ

Sangram Tripathy
Browse all articles by Sangram Tripathy
·1 year ago·1 min read
ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ,ଏକ କୋଟିର ଗଞ୍ଜେଇ ଜବତ

ଦେବଗଡ:ଏକ କୋଟିର ଗଞ୍ଜେଇ ଜବତ ।  ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ । ଦେବଗଡ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗ୍ରାମ ନିକଟ ଏକ ଷ୍ଟକ ୟାର୍ଡ ଉପରେ STFର ଚଢାଉ ।  ୧୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ସହ ଏକ ହାଇୱା, ଟ୍ରକ ଏବଂ ପିକଅପ ଭ୍ୟାନ ଜବତ କରାଯାଇଛି । ଘଟଣାରେ ଜଣେ ପେଶାଦାର ଗଞ୍ଜେଇ ବେପାରୀ ସହିତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି ।  ଚଢଉ ସମୟରେ ଅଖା ବସ୍ତା ବୋଝେଇ ଏକ ଟ୍ରକ ଭିତରୁ ୮୭ ବସ୍ତା ବେଆଇନ ଗଞ୍ଜେଇ ଠାବ କରାଯାଇଥିଲା । ଯାହାର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ଗିରଫ ୪ ଜଣ ଯୁବକ ରେଢାଖୋଲର ଆଶିଷ କୁମାର ବାରିକ, ବରଗଡର ସୁବାସ ଶିକଦାର, ଅନୁଗୁଳ ଜିଲ୍ଲାର ରତନ କିଶୋର ସାହୁ ଓ ଛେଣ୍ଡିପଦା ଥାନା ତେଲିବଣି ଗ୍ରାମର ସମିତ ନାୟକ ।  ଆସିଷ ଜଣେ ପେଷାଦାର ଗଞ୍ଜେଇ ବେପାରୀ ହୋଇଥିବା ବେଳେ ୨୦୨୧ ମସିହାରେ ପ୍ରାୟ ୨ ଟନ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥଲା 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
STF intercepts cannabis smuggling attempt, seizes cannabis worth one crore | Argus News